ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଅଣ୍ଡରୱାର୍ଲଡ ଡନ୍ କରିମ୍ ଲାଲାଙ୍କୁ ନିୟମିତ ବ୍ୟବଧାନରେ ସାକ୍ଷାତ କରୁଥିଲେ ବୋଲି ଶିବସେନା ନେତା ସଞ୍ଜୟ ରାଉତ ଗତକାଲି ମନ୍ତବ୍ୟ ଦେବା ପରେ ଆଜି କଂଗ୍ରେସ ନେତା ସଞ୍ଜୟ ନିରୁପମ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସଞ୍ଜୟ ନିରୁପମ୍ କହିଛନ୍ତି, ସଞ୍ଜୟ ରାଉତ ଅନ୍ୟର କବିତା ମାଧ୍ୟମରେ ମହାରାଷ୍ଟ୍ରବାସୀଙ୍କୁ ମନୋରଞ୍ଜନ କରନ୍ତୁ, ମାତ୍ର ଇନ୍ଦିରା ଗାନ୍ଧୀଙ୍କୁ ବଦନାମ କଲେ ତାଙ୍କୁ ପସ୍ତାଇବାକୁ ପଡ଼ିବ। ସଂଜୟ ରାଉତଙ୍କ ଚିନ୍ତାଧାରା ଅତ୍ୟନ୍ତ ବିଭତ୍ସ ଏବଂ ସେ ଇନ୍ଦିରା ଗାନ୍ଧିଙ୍କ ବାବଦରେ ଦେଇଥିବା ବୟାନ ତୁରନ୍ତ ପ୍ରତ୍ୟାହାର କରିବା ଉଚିତ ବୋଲି ସଂଜୟ କହିଛନ୍ତି।
କରିମ୍ ଲାଲା-ଇନ୍ଦିରା ଗାନ୍ଧି ମନ୍ତବ୍ୟ: ସଞ୍ଜୟ ରାଉତଙ୍କ ଉପରେ ବର୍ଷିଲେ ନିରୁପମ
/sambad/media/post_attachments/wp-content/uploads/2020/01/images-4-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)