ନୂଆଦିଲ୍ଳୀ: ପୂର୍ବତନ ସ୍ବାମୀ ସଞ୍ଜୟ କପୁରଙ୍କ ଶୋକସଭାରେ ପହଞ୍ଚିଲେ ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର୍। କରିସ୍ମାଙ୍କୁ ସଞ୍ଜୟଙ୍କ ଏବେକାର ପତ୍ନୀ ପ୍ରିୟା ସଚଦେବଙ୍କ ସହିତ ପ୍ରାର୍ଥନା କରୁଥିବାର ଦେଖାଯାଇଥିଲା। ଏହି ସଭା ଜୁନ୍୨୨ ତାରିଖରେ ତାଜ୍ ପ୍ୟାଲେସ୍ରେ ହୋଇଥିଲା। ମୃତ୍ୟୁ ବେଳକୁ ସଞ୍ଜୟଙ୍କ ବୟସ ମାତ୍ର ୫୩ ବର୍ଷ ହୋଇଥିଲା।
କରିସ୍ମାଙ୍କ ସହିତ ତାଙ୍କ ୨ ଝିଅଙ୍କୁ ମଧ୍ୟ ପ୍ରାର୍ଥନା ସଭାରେ ଦେଖିବାକୁ ମିଳିଥିଲା। ଗୋଟାଏ ଫଟୋରେ କରିସ୍କା ତାଙ୍କର ଦୁଇ ଝିଅଙ୍କ ସହ ପ୍ରିୟାଙ୍କ ସହ ଛିଡ଼ା ହୋଇ ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳିଥିବା ବେଳେ ଅନ୍ୟ ଏକ ଫଟୋରେ ସେ ହାତ ଯୋଡ଼ିଥିବାର ଦେଖିବାକୁ ମିଳିଛି।
ସଞ୍ଜୟଙ୍କ ପୂର୍ବତନ ପତ୍ନୀ କରିସ୍ମାଙ୍କ ସହ ପ୍ରାର୍ଥନା ସଭାରେ କରୀନା କପୁର, ସୈଫ୍ ଅଲ୍ଲୀ ଖାନ୍, ଈଶା ଦେଓଲ ଆଦି ବଲିଉଡ୍ ତାରକାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।
ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ତଥା ବ୍ୟବସାୟୀ ସଞ୍ଜୟ କପୁର ଜୁନ୍ ୧୨ ତାରିଖରେ ଇଂଲଣ୍ଡରେ ପୋଲୋ ଖେଳୁଥିବା ସମୟରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ। ସଞ୍ଜୟ କପୁରଙ୍କ ମୃତ୍ୟୁର ୮ ଦିନ ପରେ ଆଜି ଅର୍ଥାତ୍ ଗୁରୁବାର ଦିଲ୍ଲୀରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ସଞ୍ଜୟ କପୁରଙ୍କ ପାଇଁ ପ୍ରାର୍ଥନା ସଭା ଜୁନ୍ ୨୨ ତାରିଖରେ ଅନୁଷ୍ଠିତ ହୋଇଥିଲା।