ବେଙ୍ଗାଲୁରୁ : କର୍ଣ୍ଣାଟକର ବିଦ୍ରୋହୀ କଂଗ୍ରେସ ନେତା ଉମେଶ ଯାଦବ ଆଜି ଦଳ ଏବଂ ବିଧାୟକ ପଦବି ଛାଡ଼ି ଦେଇଛନ୍ତି। ପାଖାପାଖି ୨ ମାସର ହାଇଡ୍ରାମା ପରେ ଯାଦବ ଆଜି କଂଗ୍ରେସ ଦଳ ଛାଡ଼ିଛନ୍ତି। ଏହି ବିଦ୍ରୋହୀ ନେତା ଆଜି ରାଜ୍ୟ ବିଧାନସଭା ବାଚସ୍ପତି କେଆର ରମେ ଶକୁମାରଙ୍କୁ ସାକ୍ଷାତ କରି ବିଧାୟକ ପଦରୁ ନିଜ ଇସ୍ତଫାପତ୍ର ଦାଖଲ କରିଛନ୍ତି। ଉତ୍ତର କର୍ଣ୍ଣାଟକର ଚିନ୍ଚୋଲି ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାୟକ ହୋଇଥିବା ଯାଦବ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଜଣାପଡ଼ିଛି। ବିଜେପି ଆଗାମୀ ଲୋକସଭା ନିର୍ବାଚନରେ ତାଙ୍କୁ ବିଜେପି ପ୍ରାର୍ଥୀ କରାଇବ ବୋଲି କୁହାଯାଉଛି ।
ଦଳ ଓ ପଦରୁ ଇସ୍ତଫା ଦେଲେ କର୍ଣ୍ଣାଟକ କଂଗ୍ରେସ ବିଧାୟକ
ବିଜେପିରେ ଯୋଗ ଦେବେ
/sambad/media/post_attachments/wp-content/uploads/2019/03/umesh-yadav.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)