ଶପଥ ଗ୍ରହଣ ଉତ୍ସବରେ ବିରୋଧୀ ମେଳି!

ବେଙ୍ଗାଲୁରୁ: ବୁଧବାର କର୍ଣ୍ଣାଟକ କ୍ୟାବିନେଟର ଶପଥ ଗ୍ରହଣ ଉତ୍ସବରେ ମୋଦି ବିରୋଧୀ ଦଳଙ୍କ ଛାମୁଆ ନେତାମାନେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏହି ନେତାଙ୍କ ମଧ୍ୟରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃତୀୟ ସାମୁଖ୍ୟର ଅନ୍ୟତମ ସୂତ୍ରଧର ମମତା ବାନାର୍ଜୀ, ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ବିଏସ୍‌ପି ସୁପ୍ରିମୋ ମାୟାବତୀ, ଏଆଇଏମ୍‌ଆଇଏମ୍‌ ନେତା ଅସଉଦ୍ଦିନ ଅେଓ୍ଵସୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରମୁଖ ତମାମ ବିରୋଧୀ ଦଳ ନେତା ରହିଛନ୍ତି।

ସମ୍ବନ୍ଧିତ ଖବର