ବେଙ୍ଗାଲୁରୁ: କର୍ଣ୍ଣାଟକ ଗଣଦୁଷ୍କର୍ମ ଓ ହତ୍ୟା ମାମଲା । ଧରା ପଡିଲା ଆଉ ଜଣେ ଅଭିଯୁକ୍ତ । ଫେରାର ଥିବା ୩ୟ ଅଭିଯୁକ୍ତ ତାମିଲନାଡୁରୁ ଗିରଫ । ତାଲିମନାଡୁରେ ଲୁଚିଥିବା ବେଳେ ବାନ୍ଧିଲା ପୋଲିସ । କର୍ଣ୍ଣାଟକ ଲଜ୍ଜା ମାମଲାରେ ୩ରୁ ୩ ଅଭିଯୁକ୍ତ ଇତି ମଧ୍ୟରେ ଗିରଫ ହୋଇଛନ୍ତି । ପୂର୍ବରୁ ୨ ଜଣ ଗିରଫ ହୋଇଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛି ।
କର୍ଣ୍ଣାଟକରେ ଇସ୍ରାଏଲ ଯୁବତୀଙ୍କ ସମେତ ଅନ୍ୟ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କୁ ହତ୍ୟା କରିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେବା ସହ ଘଟଣାକୁ ସାରା ବିଶ୍ବରେ ନିନ୍ଦା କରାଯାଇଥିଲା ।
ଗତ ଗୁରୁବାର ରାତିରେ ହମ୍ପି ସହରର ସନାପୁର ହ୍ରଦ ନିକଟରେ ଘଟିଥିଲା ଜଘନ୍ୟକାଣ୍ଡ । ଇସ୍ରାଏଲ ଯୁବତୀଙ୍କ ସହ ଭଡ଼ାଘର ମାଲିକାଣୀଙ୍କୁ ଗଣଦୁଷ୍କର୍ମ କରିଥିଲେ ୩ ଦୁର୍ବୃତ୍ତ । ପ୍ରତିବାଦ କରିବାରୁ ସାଙ୍ଗରେ ଥିବା ୩ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି କେନାଲକୁ ଫିଙ୍ଗି ଦେଇଥିଲେ । ଯେଉଁଥିରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାଁ ବିଭାସ ନାୟକ ।
ସେପଟେ ମାତ୍ର ଶହେ ଟଙ୍କା ପାଇଁ ଗଣଦୁଷ୍କର୍ମ ସହ ହତ୍ୟା କରିଥିଲେ ଅଭିଯୁକ୍ତ । ଇସ୍ରାଏଲ ଯୁବତୀଙ୍କ ସହ ୫ ଜଣ କେନାଲ ନିକଟରେ ଗୀତ ଶୁଣୁଥିଲେ ଏବଂ ମଜାମସ୍ତି କରୁଥିଲେ । ଏହି ସମୟରେ ୩ ଜଣ ବ୍ୟକ୍ତି ବାଇକରେ ଆସି ସେମାନଙ୍କ ପାଖରେ ପହଞ୍ଚିଥିଲେ। କେଉଁଠି ପେଟ୍ରୋଲ ମିଳିବ ବୋଲି ପଚାରିଥିଲେ। ଏହା ସହ ୧୦୦ ଟଙ୍କା ଦାବି କରିଥିଲେ। ସେମାନେ ଅଭିଯୁକ୍ତଙ୍କ କଥା ନଶୁଣିବାରୁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ୩ ଜଣ ପୁରୁଷ ପର୍ଯ୍ୟଟକଙ୍କୁ ଆକ୍ରମଣ କରି କେନାଲକୁ ଠେଲି ଦେଇଥିଲେ । ଆଉ ୨ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଥିଲେ...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/09/en2OYtyHAlTnxNYpC1Ao.jpg)