ଏଣେ ୟେଦୁରପ୍ପାଙ୍କ ଘରେ ନେତାଙ୍କ ଡେରା, ତେଣେ ନୂଆଦିଲ୍ଲୀରେ ଅମିତ ଶାହା ଓ ଜେପି ନଡ୍ଡାଙ୍କ ସହ କର୍ଣ୍ଣାଟକବିଜେପି ନେତାଙ୍କ ବିଚାରବିମର୍ଶ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କିପରି ଗଠନ ହେବ ସରକାର, ସେ ନେଇ ବିଜେପି ପକ୍ଷରୁ ଜୋରସୋରରେ ଉଦ୍ୟମ ଜାରି ରହିଛି । ଗୋଟିଏ ପଟେ ବେଙ୍ଗାଲୁରୁରେ ବିଜେପି ନେତା ବିଏସ୍ ୟେଦୁରପ୍ପାଙ୍କ ଘରେ ନେତାଙ୍କ ଡେରା ପଡିଥିବା ବେଳେ , ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି କର୍ଣ୍ଣାଟକ ବିଜେପିର ୩ ଜଣିଆ ଟିମ୍ । ଏହି ଟିମରେ ଅଛନ୍ତି ଜଗଦିଶ ସେଟ୍ଟାର, ସୌମନା ମଧୁସ୍ୱାମୀ ଏବଂ ୟେଦୁରପ୍ପାଙ୍କ ପୁଅ ବିଜେନ୍ଦ୍ର ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଏହି ଟିମ୍ ଭେଟ କରି ସରକାର ଗଠନର ଫାଇନାଲ୍ ବ୍ଲୁ ପ୍ରିଂଟ ସାଙ୍ଗରେ ନେଇ ଆସିବେ । ଏପରି ସ୍ଥିତିରେ ଆଜି ବେଙ୍ଗାଲୁରୁରେ ପହଁଚିଛନ୍ତି କର୍ଣ୍ଣାଟକର ବିଜେପି ପ୍ରଭାରୀ । ସେ ମଧ୍ୟ ଦଳର ବିଧାୟକଙ୍କ ସହ ଆଲୋଚନା କରିବେ ।

photo- live hindustan

ଏବେ ବିଜେପି ନିକଟରେ ୧୦୫ ଜଣ ନିର୍ବାଚିତ ବିଧାୟକ ଅଛନ୍ତି । ସରକାର ଗଠନ ନେଇ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି । ତେବେ କର୍ଣ୍ଣାଟକରେ ବିଏସ୍ ୟେଦୁରପ୍ପାଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରିବାକୁ ଦାବି କରିବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର