କର୍ଣ୍ଣାଟକ ରାଜନୀତିକୁ ମହାଭାରତ ସହ ତୁଳନା

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଦେଖାଦେଇଥିବା ନାଟକୀୟ ପରିବର୍ତନ ସହ ମହାଭାରତର କିଛି ଦୃଶ୍ୟକୁ ଆଜି ଟ୍ଵିଟରରେ ତୁଳନା କରାଯାଇଥିବା ଭିଡିଓ ଭାଇରାଲ ହୋଇଛି। ଏହି ଦୃଶ୍ୟରେ କୌରବ, ପାଣ୍ଡବ ଯୁଦ୍ଧ ପୂର୍ବରୁ ଅର୍ଜୁନ ଓ ଦୁର୍ଯ୍ୟୋଧନ କିଭଳି ଭାବେ ଶ୍ରୀକୃଷ୍ଣଙ୍କ ନିକଟରେ ଫେରାଦ ହୋଇଛନ୍ତି ଓ ପରବର୍ତ୍ତୀ ଘଟଣା କ’ଣ ଘଟିଛି, ତାହା ଏଥିରେ ଦେଖିବାକୁ ମିଳିଛି। ଅର୍ଜୁନ ଓ ଦୁର୍ଯ୍ୟୋଧନ ପହଂଚିବା ବେଳକୁ ଶ୍ରୀକୃଷ୍ଣ ଶୋଇଥିଲେ। ଅର୍ଜୁନ ପ୍ରଥମେ ଯାଇ ଶ୍ରୀକୃଷ୍ଣଙ୍କ ପାଦତଳେ ଛିଡ଼ା ହୋଇଥିଲା ବେଳେ, ଦୁର୍ଯ୍ୟୋଧନ ପରେ ଯାଇ ଶ୍ରୀକୃଷ୍ଣଙ୍କ ମୁଣ୍ଡପାଖରେ ପହଂଚିଯାଇଥିଲେ। ଶୀ୍ରକୃଷ୍ଣ ଉଠିବା ପରେ ପ୍ରଥମେ ଅଜ୍‌ୁର୍ନଙ୍କୁ ଦେଖି ତାଙ୍କ କଥା ଶୁଣିଥିଲେ। ଏଥିରେ ଉତ୍ୟକ୍ତ ହୋଇ ଦୁର୍ଯ୍ୟୋଧନ ଅଭିଯୋଗ କରିଥିଲେ,ଯେ, ସେ ପ୍ରଥମେ ଶ୍ରୀକୃଷ୍ଣଙ୍କୁ ଭେଟିବାକୁ ଆସିଥିଲେ। ସମ୍ପ୍ରତି କର୍ଣ୍ଣାଟକ ସ୍ଥିତି ମଧ୍ୟ ସମାନ ରହିଛି। ଏହି ଭିଡିଓରେ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଶ୍ରୀକୃଷ୍ଣ, ବିଜେପିକୁ ଅର୍ଜୁନ ଓ ଜେଡିଏସକୁ ଦୁର୍ଯ୍ୟୋଧନ ଚରିତ୍ରରେ ଅବତାରଣା କରାଯାଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର