କର୍ଣ୍ଣାଟକ ଉପନିର୍ବାଚନ ଘୁଞ୍ଚିବ

ନୂଆଦିଲ୍ଲୀ :ଆସନ୍ତା ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବ‌ାଚନ ସହ ଅନ୍ୟ ୧୮ଟି ରାଜ୍ୟରେ ଉଭୟ ବିଧାନସଭା ଏବଂ ଲୋକସଭା ଆସନରେ ଉପନିର୍ବାଚନ ହେବାନେଇ ଘୋଷଣା ହୋଇଥିଲା। ତେବେ ନିର୍ବାଚନ କମିସନ୍‌ ଆଜି ସ୍ପଷ୍ଟ କରିଛନ୍ତି ଯେ, ୨୧ ତାରିଖରେ କର୍ଣ୍ଣାଟକରେ ୧୫ ବିଧାନସଭା ଆସନରେ ଉପନିର୍ବାଚନ ହେବ ନାହିଁ। କର୍ଣ୍ଣାଟକର ୧୫ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ମାମଲା ଅଦାଲତରେ ବିଚାରାଧୀନ ଥିବାରୁ ଏହି ୧୫ ଆସନରେ ଉପନିର୍ବାଚନ ଘୁଞ୍ଚାଇବାକୁ ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ ଯେପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ ବିଧାୟକମାନଙ୍କ ଆବେଦନ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ନେଇନାହାନ୍ତି ସେପର୍ଯ୍ୟନ୍ତ ଏହି ୧୫ ବିଧାନସଭା ଆସନରେ ଉପନିର୍ବାଚନ ହେବନାହିଁ ବୋଲି ନିର୍ବାଚନ କମିସନ୍‌ ‌କୋର୍ଟଙ୍କୁ କହିଛନ୍ତି। ଉକ୍ତ ମାମଲାରେ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୨ ତାରିଖରେ ହେବ ବୋଲି ସୁପ୍ରିମ୍‌ କୋର୍ଟଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର