କର୍ଣ୍ଣାଟକ: ଜୀବନରୁ ପାଣି ଛଡ଼ାଇ ନିଆଁ କୁଣ୍ଡରେ ଚାଲୁଛି ଗୋମତା! କୁଆଡ଼େ ଗଲେ ତଥାକଥିତ ଗୋ-ସଂରକ୍ଷକ?

ବେଙ୍ଗାଲୁରୁ (କର୍ଣ୍ଣାଟକ): ସଂପ୍ରତି ଦେଶର ବିଭିନ୍ନ ସ୍ଥାନରେ ଗୋ- ସଂରକ୍ଷଣ ନାମରେ ଏକାଧିକ ଭିଡ଼ହିଂସା ଓ ହତ୍ୟାକାଣ୍ଡ ଘଟୁଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏ ପରିସ୍ଥିତିରେ କର୍ଣ୍ଣାଟକରେ ପବିତ୍ର ମକର ସଂକ୍ରାନ୍ତି ପାଳନ ଅବସରରେ ସ୍ଥାନୀୟ ଅଧିବାସୀମାନେ ଗାଈମାନଙ୍କୁ ବିଭିନ୍ନ ରକମର ବସ୍ତ୍ରରେ ସୁସଜ୍ଜିତ କରାଇ, ବେକରେ ଫୁଲମାଳ ପକାଇ ସେମାନଙ୍କୁ ଜଳୁଥିବା ଉଚ୍ଚ ନିଆଁ ଉପରେ ଚଲାଇବା ଘଟଣା ସଂପ୍ରତି ଦେଶବ୍ୟାପି ଆଲୋଡ଼ନ ସୃଷ୍ଟି କରିଛି। ତେବେ, ଏହି ଅମାନୁଷିକ ଘଟଣା ପ୍ରତି ସ୍ଥାନୀୟ ପୁଲିସ ପ୍ରଶାସନ ନିରବ ରହିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଓ ଆଲୋଚନାର ବିଷୟ ପାଲଟିଛି। ଏଥିସହ ସଂପ୍ରତି ଦେଶର ବିଭିନ୍ନ ସ୍ଥାନରେ ଗୋ- ସଂରକ୍ଷଣ ନାମରେ ଏକାଧିକ ଭିଡ଼ହିଂସା ଓ ହତ୍ୟାକାଣ୍ଡ ଘଟାଉ ଥିବା ତଥାକଥିତ ଗୋସଂରକ୍ଷକମାନେ ଏକ୍ଷେତ୍ରରେ କର୍ଣ୍ଣାଟକ ବେଳକୁ ଗଲେ କୁଆଡ଼େ? ଏ ପ୍ରଶ୍ନ ଆନ୍ଦୋଳିତ କରିଛି ଦେଶବାସୀଙ୍କୁ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସମଗ୍ର କର୍ଣ୍ଣାଟକରେ ଏକ ବହୁ ପୂରାତନ ବିଶ୍ୱାସ ରହିଛି ଯେ ମକର ସଂକ୍ରାନ୍ତି ପାଳନ ଅବସରରେ ଗାଈମାନଙ୍କୁ ବିଭିନ୍ନ ରକମର ବସ୍ତ୍ରରେ ସୁସଜ୍ଜିତ କରାଇ, ବେକରେ ଫୁଲମାଳ ପକାଇ ସେମାନଙ୍କୁ ଜଳୁଥିବା ନିଆଁ ଉପରେ ଚଲାଇବା ଦ୍ୱାରା ସେମାନଙ୍କ ସମସ୍ତ ପ୍ରକାରର ବାଧାବିଘ୍ନ ଦୂର ହେବା ଦ୍ୱାରା ସମସ୍ତ ପ୍ରକାରର ମାନସିକ ମଧ୍ୟ ପୂର୍ଣ୍ଣ ହୋଇଥାଏ। ଚଳିତ ବର୍ଷ ମଧ୍ୟ ଏହି ସାମାନ ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ତଥାକଥିତ ଗୋସଂରକ୍ଷକ ଓ ଅନ୍ୟ ସ୍ଥାନୀୟ ପୁଲିସ ପ୍ରଶାସନ ଏବେ ଏକ୍ଷେତ୍ରରେ ଗଲେ କୁଆଡ଼େ ବୋଲି ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଓ ଆଲୋଚନା ଚାଲିଛି।

ସମ୍ବନ୍ଧିତ ଖବର