କର୍ଣ୍ଣାଟକ: ମାଙ୍ଗାଲୁରୁର ଶକ୍ତିନଗରରେ ୧୩୭ ଜଣ ନର୍ସିଂ ଏବଂ ପାରାମେଡିକାଲ୍ ଛାତ୍ରୀ ସୋମବାର ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡ଼ିଛନ୍ତି। ବିଳମ୍ବିତ ରାତିରେ ଅସୁସ୍ଥ ଛାତ୍ରୀମାନଙ୍କୁ ସହରର ବିଭିନ୍ନ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୋମବାର ଦିନ ୨ଟାରୁ ଛାତ୍ରୀମାନେ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହିତ ବାନ୍ତି ଏବଂ ଝାଡ଼ା ହୋଇଥିଲା।
ରାତି ୯ଟାରେ ଅସୁସ୍ଥ ଛାତ୍ରୀମାନଙ୍କ ବନ୍ଧୁ ଏବଂ ପରିବାର ସଦସ୍ୟ ଡାକ୍ତରଖାନା ବାହାରେ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ କରିଥିଳେ। ସିଟି ପୁଲିସ କମିସନର ଏନ୍ ଶଶି କୁମାର କହିଛନ୍ତି ଯେ କେଉଁ କାରଣରୁ ଛାତ୍ରୀମାନେ ଅସୁସ୍ଥ ହୋଇଛନ୍ତି ତାହା ଜାଣିବା ପାଇଁ ତଦନ୍ତ ଚାଲିଛି। ପ୍ରମାଣ ମିଳିଲେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।