ଘରୋଇ ସେବା ପାଇଁ ୧୮ଜଣ ପୁଲିସ କର୍ମଚାରୀଙ୍କୁ କାମରେ ଲଗାଇଥିଲେ କର୍ଣ୍ଣାଟକ ଏସ୍‌ପି; ଗଛରେ ପାଣି ଦେବା ସହ ପୋଷାକ ସଫା କରୁଥିଲେ

ମାଣ୍ଡ୍ୟା : ଦେଶରେ ଚାଲିଥିବା ଭିଭିଆଇପି ପ୍ରଥାକୁ ଶେଷ କରିବା ନେଇ ଆଲୋଚନା ଆରମ୍ଭ ହୋଇଥିବା ବେଳେ ଏମିତି କିଛି ପୁଲିସ କର୍ମଚାରୀ ଏବେ ବି ଅଛନ୍ତି ଯେଉଁମାନେ ଏହାର ଲାଲସା ଏ ପର୍ଯ୍ୟନ୍ତ ମଧ୍ୟ ଛାଡ଼ି ପାରି ନାହାନ୍ତି । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ମାଣ୍ଡ୍ୟାରେ । କର୍ଣ୍ଣାଟକର ମାଣ୍ଡ୍ୟା ଏସ୍‌ପି ଜି.ରାଧିକା କନିଷ୍ଠ ପୁଲିସକର୍ମୀମାନଙ୍କୁ ନିଜର ସରକାରୀ ଘରେ କାମରେ ଲଗାଇଥିବା ଜଣା ପଡ଼ିଛି । ଏସ୍‌ପି ଜି.ରାଧିକା ପ୍ରାୟ ୧୮ଜଣ ପୁଲିସକର୍ମୀଙ୍କୁ ନିଜ ଘରେ ଗଛରେ ପାଣି ଦେବା ଏବଂ ପୋଷାକକୁ ସଫା କରିବା କାମରେ ନିୟୋଜିତ କରିଛନ୍ତି । ଏହି ଖବର ଏବେ ସବୁ ଗଣମାଧ୍ୟମରେ ଆସିବା ପରେ ଏ ନେଇ କିଛି ନୂଆ କାହାଣୀ ଶୁଣାଇଛନ୍ତି ଏସ୍‌ପି ଜି.ରାଧିକା ।

oneindia.com

ତାଙ୍କ କହିବା ଅନୁଯାୟୀ,ମୋ ଘରେ କାମ କରୁଥିବା ପୁଲିସକର୍ମୀ ନିଜ ଇଚ୍ଛାରେ କାମ କରୁଛନ୍ତି । ତାଙ୍କୁ ମୁଁ ବାଧ୍ୟ କରି ନାହିଁ । ଗଣମାଧ୍ୟମରେ ଯାହା ପ୍ରଚାର ହେଉଛି ତାହା ସମ୍ପୂର୍ଣ୍ଣ ମିଛ । ମୁଁ ପୁଲିସକର୍ମୀମାନଙ୍କୁ କାମ ବାଣ୍ଟି ନାହିଁ । ସେମାନେ ଯାହା ବି କରୁଛନ୍ତି ନିଜ ଇଚ୍ଛାରେ କରୁଛନ୍ତି । ସେମାନଙ୍କୁ କେହି ବି ବାଧ୍ୟ କରି ନାହାନ୍ତି ।

ସମ୍ବନ୍ଧିତ ଖବର