ନିଜ ମାଆର ଯତ୍ନ ନେବାକୁ ଭିକ୍ଷା ମାଗୁଛି ୬ ବର୍ଷୀୟା ଝିଅ!

କୋପାଲ: ମାଆମାନେ ପିଲାମାନଙ୍କ ଯତ୍ନ ନେବା ଏକ ସ୍ୱଭାବିକ କଥା। ମାତ୍ର ବେଳେ ବେଳେ କୁନି ପିଲାମାନେ ଯେଉଁ ଭଳି ନିଜ ମାଆବାପାଙ୍କ ଯତ୍ନ ନେଇଥାନ୍ତି ତାହା ସଭିଙ୍କୁ ଚକିତ କରିଥାଏ। ସେହିପରି ଏକ କୁନି ଝିଅ ୬ ବର୍ଷୀୟା ଭାଗ୍ୟଶ୍ରୀ। ଗତ ଦୁଇ ସପ୍ତାହ ହେବ ନିଜ ଭୋକିଲା ମାଆ ପେଟରେ ଖାଦ୍ୟ ଦେବା ପାଇଁ ଭାଗ୍ର୍ୟଶ୍ରୀ ଭିକ୍ଷା ମାଗୁଥିବା ଜାଣିବାକୁ ମିଳିଛି। ଭାଗ୍ୟଶ୍ରୀର ମାଆ ଦୂର୍ଗାମା ଅସୁସ୍ଥ ଅବସ୍ଥାରେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଗଣମାଧ୍ୟମରେ ମତ ଦେଇ ଭାଗ୍ୟଶ୍ରୀ କୁହନ୍ତି, ‘ମୋର ବାପା ନାହାନ୍ତି। ମୁଁ ଚାହେଁ ମୋ ମାଆ ଦେହ ଭଲ ହୋଇଯାଉ। ମୋ ପାଖରେ ମୋ ମାଆକୁ ଭଲ କରିବାକୁ ଟଙ୍କା ନାହିଁ ସେଥିପାଇଁ ମୁଁ ଭିକ୍ଷା ମାଗୁଛି। ମୁଁ ଲୋକଙ୍କ ନିକଟରେ ମୋ ମାଆ ପାଇଁ ଖାଦ୍ୟ ଦେବା ପାଇର୍ ହାତ ପତଉଛି।’

ଜାଣିବାକୁ ମିଳିଛି ଯେ ଭାଗ୍ୟଶ୍ରୀଙ୍କ ବାପା ଅନ୍ୟ ଜଣେ ମହିଳା ପାଇଁ ତାଙ୍କ ମାଆଙ୍କୁ ପରିତ୍ୟାଗ କରିଛନ୍ତି। ଭାଗ୍ୟଶ୍ରୀ ତା’ର କୁନି ହାତରେ ନିଜ ମାଆକୁ ଖୁଆଇବାରୁ ନେଇ ଅନ୍ୟ ସବୁ କାମ କରୁଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର