କଂଗ୍ରେସର ଜଣେ ବିଦ୍ରୋହୀ ବିଧାୟକ ଇସ୍ତଫା ପତ୍ର ପ୍ରତ୍ୟାହାର କରିବାକୁ ରାଜି !

ବେଙ୍ଗଲୁରୁ:କର୍ଣ୍ଣାଟକରେ ପ୍ରାୟ ସପ୍ତାହେ ହେବ ଯେଉଁ ରାଜନୈତିକ ଅସ୍ଥିରତା ଦେଖା ଦେଇଛି,ତାକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହା ଭିତରେ କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାର ପାଇଁ ଭଲ ଖବର ମିଳିଛି। ଏହା ହେଲା ଯେ ଜଣେ ବିଦ୍ରୋହୀ କଂଗ୍ରେସ ବିଧାୟକ ଏମ୍‌ଟିବି ନାଗରାଜ ନିଜର ସ୍ୱର ନରମ କରିଛନ୍ତି।

କଂଗ୍ରେସ ବିଧାୟକ ଏମ୍‌ଟିବି ନାଗରାଜ କହିଛନ୍ତି ଯେ ତାଙ୍କ ପାଖକୁ କଂଗ୍ରେସର ବରିଷ୍ଠ ନେତା ଡି କେ ଶିବ କୁମାର ଆସିଥିଲେ। ସେ ବୁଝାଇବା ପରେ ଇସ୍ତଫା ପ୍ରତ୍ୟାହାର ସଂପର୍କରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ନାଗରାଜ। ଖାଲି ସେତିକି ନୁହେଁ,ନାଗରାଜ ଆହୁରି ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ ସେ ଅନ୍ୟ ବିଦ୍ରୋହୀ ବିଧାୟକମାନଙ୍କୁ ରାଜି କରାଇବା ଲାଗି କଥା ହେବେ।

photo-oneindia

ଏଠାରେ ସୂଚନାଯୋଗ୍ୟ ଯେ ଆଜି କଂଗ୍ରେସର ବରିଷ୍ଠ ନେତା ଡିକେ ଶିବ କୁମାର ବିଦ୍ରୋହୀ ବିଧାୟକ ଏମଟିବି ନାଗରାଜଙ୍କୁ ଭେଟି ନିଜର ଇସ୍ତଫା ଫେରାଇ ଦେବା ଲାଗି ଅନୁରୋଧ କରିଥିଲେ। ନାଗରାଜଙ୍କ ଆଶ୍ୱାସନା ପରେ ଶିବ କୁମାର ଖୁସି ଜାହିର କରିଛନ୍ତି।

 

ସମ୍ବନ୍ଧିତ ଖବର