ସଂକ୍ରମଣ ବଢ଼ୁଥିବାରୁ କର୍ଣ୍ଣାଟକରେ ଲାଗୁ ହେଲା ୧୪ଦିନିଆ କର୍ଫ୍ୟୁ, ଦିଲ୍ଲୀ ଓ ମହାରାଷ୍ଟ୍ରଠାରୁ ସ୍ଥିତି ଖରାପ ବୋଲି କହିଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ଦେଶରେ ବଢୁଥିବା ସଂକ୍ରମଣ ଭିତରେ କର୍ଣ୍ଣାଟକରୁ ଆସିଛି ବଡ଼ ଖବର ।  ସଂକ୍ରମଣକୁ ଆଖି ଆଗରେ ରଖି କର୍ଣ୍ଣାଟକ ମୁଖମନ୍ତ୍ରୀ ବିଏସ୍ ୟେଦୁରପ୍ପା କର୍ଣ୍ଣାଟକରେ ୧୪ ଦିନିଆ ସଂପୂର୍ଣ୍ଣ କର୍ଫ୍ୟୁ ଘୋଷଣା କରିଛନ୍ତି । ଆସନ୍ତାକାଲି ରାତିରୁ ପୂରା କର୍ଣ୍ଣାଟକରେ ଏହି କର୍ଫ୍ୟୁ ଆରମ୍ଭ ହୋଇ ଆଗାମୀ ୧୪ ଦିନ ଯାଏଁ ବଳବତ୍ତର ରହିବ ବୋଲି ସୂଚନା ମିଳିଛି ।

କର୍ଫ୍ୟୁ ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ମିଳିଛି । ଜରୁରୀକାଳୀନ ଜିନିଷପତ୍ର ବିକ୍ରି କରୁଥିବା ଦୋକାନଗୁଡିକ ଦିନରେ ମାତ୍ର ୪ ଘଣ୍ଟା(ସକାଳ ୬ଟାରୁ ଦିନ ୧୦ଟା) ପାଇଁ ଖୋଲାରହିବ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ କହିବା କଥା, ମେ’ ପହିଲାରୁ ରାଜ୍ୟରେ ସାବାଳକ ଲୋକଙ୍କ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମଧ୍ୟ ଟିକା ଦିଆଯାଉଛି । ତେଣୁ ଏପରି ସ୍ଥିତିରେ ସଂକ୍ରମଣରେ ରୋକ ଲଗାଇବା ପାଇଁ ଲକଡାଉନ୍ ହିଁ ଏକମାତ୍ର ଉପାୟ ।

Karnataka restrictions for 14 days
indiatoday

ଗତ ୨୪ ଘଣ୍ଟା ଭିତରେ କର୍ଣ୍ଣାଟକରୁ ୩୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ସେଠାରୁ ୩୪,୦୮୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୧୩.୩୯ ଲକ୍ଷକୁ ବୃଦ୍ଧି ପାଇଛି, ଯାହାକୁ ଦେଖି କର୍ଣ୍ଣାଟକ ସରକାର ରାଜ୍ୟରେ ୧୪ ଦିନିଆ କର୍ଫ୍ୟୁ ଘୋଷଣା କରିଛନ୍ତି । ଏହାପୂର୍ବରୁ ମଧ୍ୟ ଦେଶର ଅନ୍ୟ କିଛି ରାଜ୍ୟରେ ସଂକ୍ରମଣ ବଢୁଥିବା ଦେଖି ଲକଡାଉନ୍ ଓ ରାତ୍ରି କର୍ଫ୍ୟୁ ଭଳି କଟକଣା ଲାଗୁ ହୋଇସାରିଛି । ଆସନ୍ତାକାଲି ଦିଲ୍ଲୀ ସରକାର ମଧ୍ୟ ସେଠାରେ ଲକଡାଉନ୍ ଅବଧିକୁ ବୃଦ୍ଧି କରିସାରିଛନ୍ତି । ମହାରାଷ୍ଟ୍ରରେ ମଧ୍ୟ ସଂକ୍ରମଣ ବଢୁଥିବାରୁ ସେଠାରେ ନିୟମ କଡ଼ାକଡ଼ି କରାଯାଇଛି ।

ସମ୍ବନ୍ଧିତ ଖବର