ନୂଆଦିଲ୍ଲୀ: ଶନିବାର ଦିନ କର୍ଣ୍ଣାଟକ ବିଧାନସଭାର ୨୨୪ଟି ନିର୍ବାଚନ ମଣ୍ଡଳୀରୁ ୨୨୨ଟିରେ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏ ଚାଲିବ।
ପୂର୍ବାହ୍ନ ୧୧ଟା ସୁଦ୍ଧା ସେଠାରେ ପ୍ରାୟ ୨୪% ମତଦାନ ହୋଇଥିବାର ଖବର ଆସିଛି।
ସମଗ୍ର ରାଜ୍ୟରେ ଥିବା ୩୦ଟି ଜିଲ୍ଲାରେ ୫୮, ୦୦୮ଟି ମତଦାନ କେନ୍ଦ୍ରରେ ଭୋଟ ଦାନ ଚାଲିଛି। ଏଥିମଧ୍ୟରୁ ୬୦୦ ହେଉଛି ପିଙ୍କ୍ ବୁଥ୍। ତାହା କେବଳ ମହିଳା ଅଧିକାରୀମାନଙ୍କ ଦ୍ୱାରା ପରିଚାଳିତ ହେଉଛି।
ଜିଲ୍ଲାମନ୍ତ୍ରୀ ବି ରାମନାଥ ରାୟଙ୍କ ଅଞ୍ଚଳ ବନ୍ତଓ୍ଵାଲା ମତଦାନ କେନ୍ଦ୍ରମାନଙ୍କରେ ୧୨ଟା ୪୫ ମିନିଟ୍ ସୁଦ୍ଧା ୬୦% ହୋଇଛି ବୋଲି ଜଣାପଡ଼ିଛି।
ଘାଟପ୍ରଭା ନିର୍ବାଚନମଣ୍ଡଳୀରେ ୮୫ ବର୍ଷିୟ କଡ଼ପ୍ପା ଏବଂ ୭୪ ବର୍ଷୀୟ କମଳାଓ୍ଵା ଯୋଦାତ୍ତି ଭୋଟ୍ ଦେଇଛନ୍ତି। ଆଜି ଯାଏ ସେ ଦମ୍ପତି ସବୁ ନିର୍ବାଚନରେ ଭୋଟ୍ ଦେଇଆସିଛନ୍ତି।
ହାମ୍ପିନଗର ବୁଥ୍ ବାହାରେ କଂଗ୍ରେସ ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ବେଲାବାଗିରେ ଜଣେ ମହିଳା ମୁହଁରୁ ବୁର୍ଖା ଉଠାଇବାକୁ ମନା କରିବାରୁ ତାଙ୍କୁ ବୁଥ୍ ମଧ୍ୟକୁ ଛଡ଼ା ଯାଇ ନାହିଁ। ପରେ ଅବଶ୍ୟ ଜଣେ ମହିଳା ଅଧିକାରୀ ତାଙ୍କୁ ଚିହ୍ନିବାରୁ ସେ ଭିତରକୁ ଯାଇ ଭୋଟ୍ ଦେଇଥିଲେ।
କେନ୍ଦ୍ରମନ୍ତ୍ରୀ ଅନନ୍ତ ନାଗ ହେଗ୍ଡ଼େ ମଧ୍ୟ ଭୋଟ୍ ଦେବା ପାଇଁ ଧାଡ଼ିରେ ଠିଆ ହୋଇଥିଲେ।
ମହୀଶୂର ଅନ୍ତର୍ଗତ ହୁନ୍ଦି ବୁଥ୍ରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ତାଙ୍କ ପୁଅ ଯତୀନ୍ଦ୍ର ଭୋଟ୍ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/Siddaramaiah-votes.jpg)