ନୂଆଦିଲ୍ଲୀ: ମେ ମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଥିବା ବେଳେ ଏପ୍ରିଲ୍ ୯ରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କୋଲାର୍ରେ ହେବାକୁ ଥିବା ରାଲିରେ ଉଦ୍ବୋଧନ ଦେବେ ବୋଲି କଂଗ୍ରେସ ପାର୍ଟି ତରଫରୁ ସୂଚନା ମିଳିଛି।
ଏହାଛଡ଼ା, ଏପ୍ରିଲ୍ ୧୧ ତାରିଖ ଦିନ ରାହୁଲ୍ ଗାନ୍ଧୀ ୱାୟନାଡ଼ ଗସ୍ତରେ ବି ଯିବେ।
ଉଲ୍ଲେଖଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ କର୍ଣ୍ଣାଟକର କୋଲାର୍ରେ ହିଁ ରାହୁଲ୍ ଗାନ୍ଧୀ ମୋଦୀ ସାଙ୍ଗିଆ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ସେଥିପାଇଁ ସୁରତ ଜିଲ୍ଲା ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଓ ୧୫,୦୦୦ ଟଙ୍କା ଜରିମାନା କରିଛନ୍ତି।
ଟୁଇଟ୍ କରି କଂଗ୍ରେସ୍ର ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ କହିଛନ୍ତି, ଏପ୍ରିଲ୍ ୯ ତାରିଖରେ ରାହୁଲ୍ ଗାନ୍ଧୀ କୋଲାର୍ ଯାଇ ସେଠାରେ ‘ଜୟ ଭାରତ ମେଗା ରାଲି’ରେ ଉଦ୍ବୋଧନ ଦେବେ। ଏପ୍ରିଲ୍ ୧୧ ତାରିଖରେ ସେ ୱାୟନାଡ଼ ଗସ୍ତରେ ଯିବେ। ସେ ହେଉଛନ୍ତି ଜନସାଧାରଣଙ୍କ ମତର ଉପସ୍ଥାପକ। ଆପଣ ତାଙ୍କୁ କଦାପି ଚୁପ୍ କରାଇ ପାରିବେ ନାହିଁ। ତାଙ୍କର ଏହି ମତ ଉପସ୍ଥାପନ ଉଚ୍ଚତର ଓ ଅଧିକ ବଳିଷ୍ଠ ହେବ।
ସୂଚନାଯୋଗ୍ୟ, ୨୦୧୯ରେ କେରଳର ୱାୟନାଡ଼ରୁ ରାହୁଲ୍ ଗାନ୍ଧୀ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସୁରତ ଅଦାଲତଙ୍କ ରାୟକୁ ଉଚ୍ଚତର ନ୍ୟାୟଳୟରେ ଚାଲେଞ୍ଜ୍ କରିବ ବୋଲି କଂଗ୍ରେସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/rg.jpg)