ନୂଆଦିଲ୍ଲୀ: କର୍ଣ୍ଣାଟକରେ ସରକାର ଗଠନ କରିବାର ସପ୍ତାହକ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ୨୪ ଜଣ ନୂଆ ମନ୍ତ୍ରୀ ଆଜି ଶପଥ ନେଇଛନ୍ତି। ଏଥିସହ କର୍ଣ୍ଣାଟକରେ ସମସ୍ତ ୩୪ଟି ମନ୍ତ୍ରୀପଦ ପୂରଣ ହୋଇଛି। ନୂଆ ମନ୍ତ୍ରୀମାନେ ଆଜି ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ସିଦ୍ଦରମେୟା ତାଙ୍କ ନିକଟରେ ୫ଟି ମନ୍ତ୍ରାଳୟ ରଖିଛନ୍ତି। ଡିକେ ଶିବକୁମାରଙ୍କୁ ଜଳସେଚନ ଏବଂ ବେଙ୍ଗାଲୁରୁ ବିକାଶ ଭଳି ୨ଟି ମନ୍ତ୍ରାଳୟ ମିଳିଛି।
ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ତାଙ୍କ ନିକଟରେ ଅର୍ଥ, କ୍ୟାବିନେଟ ବ୍ୟାପାର, କାର୍ମିକ ଏବଂ ପ୍ରଶାସନିକ ସଂସ୍କାର, ଗୁଇନ୍ଦା, ସୂଚନା ଏବଂ ବଣ୍ଟନ ହୋଇନଥିବା ଅନ୍ୟାନ୍ୟ ବିଭାଗ ରଖିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଜି ପରମେଶ୍ବରଙ୍କୁ ଗୃହ ମନ୍ତ୍ରାଳୟ ମିଳିଛି। କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେଙ୍କୁ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତରାଜ ମନ୍ତ୍ରାଳୟ ମିଳିଛି। ଏଚକେ ପାଟିଲଙ୍କୁ ଆଇନ ଏବଂ ସଂସଦୀୟ ବ୍ୟାପାର, ଦିନେଶ ଗୁଣ୍ଡୁ ରାଓଙ୍କୁ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ କ୍ରୀଷ୍ଣା ଗୌଡ଼ାଙ୍କୁ ରାଜସ୍ବ ବିଭାଗ ମିଳିଥିବା ଜଣାପଡ଼ିଛି।
ନୂଆ ମନ୍ତ୍ରିମଣ୍ଡଳରେ ଲିଙ୍ଗାୟତ ସମ୍ପ୍ରଦାରୁ ୮ ଜଣ ଥିବାବେଳେ ଭୋକ୍କାଲିଗା ସମ୍ପ୍ରଦାୟରୁ ୫ ଜଣ, ୨ ମୁସଲିମ, ଏସ୍ସି ସମ୍ପ୍ରଦାୟରୁ ୭, ଏସ୍ଟି ସମ୍ପ୍ରଦାୟରୁ ୩ ଏବଂ ଓବିସି ଶ୍ରେଣୀରୁ ୬ ଜଣ ସ୍ଥାନ ପାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/31-20.jpg)