ବେଙ୍ଗାଲୁରୁ: ଆମେ ସରକାର ଚଳାଉ ନାହୁଁ, ସରକାର ସମ୍ଭାଳୁଛୁ। କର୍ଣ୍ଣାଟକ ସରକାରରେ ଥିବା ଜଣେ ମନ୍ତ୍ରୀ ଏଭଳି କହୁଥିବାର ଅଡିଓ ଭାଇରାଲ ହେବା ପରେ ବିବାଦ ଆରମ୍ଭ ହୋଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଇସ୍ତଫା ଦେଇପାରନ୍ତି ବୋଲି ହେଉଥିବା ଚର୍ଚ୍ଚା ମଧ୍ୟରେ ମନ୍ତ୍ରୀଙ୍କ ଏଭଳି ବିବାଦୀୟ ଅଡିଓ ଭାଇରାଲ ହେବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇଙ୍କୁ ଏହି ଭାଇରାଲ ହେଉଥିବା ଅଡିଓ ବିଷୟରେ ପଚରାଯିବା ପରେ ଅଡିଓଟି ତାଙ୍କ ମନ୍ତ୍ରୀଙ୍କର ବୋଲି ସ୍ବୀକାର କରିଛନ୍ତି ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ। ମୁଖ୍ୟମନ୍ତ୍ରୀ ବୋମ୍ମାଇ କହିଛନ୍ତି ଯେ, ଭାଇରାଲ ହେଉଥିବା ଅଡିଓ ମୋ ମନ୍ତ୍ରିମଣ୍ଡଳର ଅଇନ ମନ୍ତ୍ରୀଙ୍କର। କିନ୍ତୁ ତାଙ୍କ କଥା ଭୁଲ ବୁଝାଯାଇଛି।
ସୂଚନା ମୁତାବକ, କର୍ଣ୍ଣାଟକ ଆଇନ ମନ୍ତ୍ରୀ ଜେସି ମଧୁସ୍ବାମୀ ଏକ ଅଡିଓ କ୍ଲିପ୍ରେ କହିଛନ୍ତି ଯେ ଆମେ ସରକାର ଚଳାଉ ନାହୁଁ, ଆମେ ଏହାକୁ ସମ୍ଭାଳୁଛୁ। ଏଭଳି ଅଡିଓ ଭାଇରାଲ ପରେ ସବୁକିଛି ଠିକ ଥିବା କହିଛନ୍ତି ବସଭରାଜ ବମ୍ମାଇ। ସେ କହିଛନ୍ତି ଯେ, ଅଡିଓକୁ ନେଇ ବିବାଦ ହୋଇଥିଲେ ବି ଆମେ ଏହାର ସମାଧାନ କରିବୁ। ଏବିଷୟରେ ମୁଁ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିବି। ସେ ଅନ୍ୟ ଏକ ପ୍ରସଙ୍ଗକୁ ନେଇ ଏଭଳି କହିଛନ୍ତି। ତାଙ୍କ କହିବାର ଅର୍ଥକୁ ଭୁଲ ବୁଝାଯାଇଛି।
ଅନ୍ୟପକ୍ଷରେ ବୋମ୍ମାଇଙ୍କ ମନ୍ତ୍ରିମଣ୍ଡଳରେ ଥିବା ଜଣେ ବରିଷ୍ଠ ମନ୍ତ୍ରୀ ଆଇନ ମନ୍ତ୍ରୀ ଜେସି ମଧୁସ୍ବାମୀଙ୍କ ଇସ୍ତଫା ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ସ-154.jpg)
