ପୁଣି ଥରେ କରୋନା ଆକ୍ରାନ୍ତ ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା ପୁଣି ଥରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେ ସ୍ବାବ ପରୀକ୍ଷାରୁ କରୋନା ପଜିଟିଭ ବୋଲି ଜଣାପଡ଼ିବା  ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଟୁଇଟ କରି କହିଛନ୍ତି, ‘ମୋତେ ସାମାନ୍ୟ ଜ୍ବର ହେବା ପରେ ମୁଁ କରୋନା ପରୀକ୍ଷା କରାଇଥିଲି। ଏହି ପରୀକ୍ଷାର ରିପୋର୍ଟ ପଜିଟିଭ ଆସିଥିଲା। ବର୍ତ୍ତମାନ ମୁଁ ସୁସ୍ଥ ଅଛି। ଡାକ୍ତରଙ୍କ ପରାମର୍ଶକ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି।  ଯେଉଁମାନେ ନିକଟରେ କରୋନା ସଂକ୍ରମିତ ହୋଇଛନ୍ତି ମୁଁ ସେମାନଙ୍କୁ ଅନୁରୋଧ କରୁଛି କି, ସେମାନେ ସତର୍କ ରହିବା ସହିତ କ୍ବାରେଣ୍ଟାଇନରେ ରହନ୍ତୁ।’

BS Yediyurappa: Karnataka CM BS Yediyurappa tests positive for Covid-19 | Bengaluru News - Times of India

ଏହା ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ଗତବର୍ଷ କରୋନା ଆକ୍ରାନ୍ତ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ଝିଅଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା। କରୋନା ଆକ୍ରାନ୍ତ ଥିବା ନେଇ ଜଣା ପଡ଼ିବା ପରେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଓ ତାଙ୍କ ଝିଅଙ୍କୁ ଚିକିତ୍ସା ପାଇଁ ବେଙ୍ଗାଲୁରୁର ମନିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର