ନୂଆଦିଲ୍ଲୀ: କର୍ଣ୍ଣାଟକର ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତା ଟି.ଜେ ଆବ୍ରାହମ ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣ ଜମି ଆବଣ୍ଟନରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ  ଘୋଟାଲା ଅଭିଯୋଗ ଆଣିଥିଲେ    ।

Advertisment

ହାଇକୋର୍ଟ ଏହି ଅଭିଯୋଗର ଶୁଣାଣି କରି ସିଦ୍ଧରମୈୟାଙ୍କୁ ଝଟକା ଦେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କର ଅସୁବିଧାକୁ ଆହୁରି ବୃଦ୍ଧି କରି ଦେଇଛି।  ଏହି କ୍ରମରେ ସିଦ୍ଧରମୈୟାଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ନେଇ ବିବାଦ ଦେଖା ଦେଇଛି।

ସୂଚନାଯୋଗ୍ୟ, ଗତବୁଧବାର ଅକ୍ଟୋବର ୨ ତାରିଖ ବୁଧବାର ଦିନ ଗାନ୍ଧୀ ଜୟନ୍ତୀ ଦିନ ସିଦ୍ଧରମୈୟାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କର ଖୋଲିଯାଇଥିବା ଜୋତାର ଫିତା ବାନ୍ଧୁଥିବା ନଜର ଆସିଛନ୍ତି। ଏହି ସମୟରେ ଏମିତି କିଛି ଘଟଣା ଘଟିଥିଲା ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ପୁଣି ବିବାଦରେ ଛନ୍ଦି ହୋଇପଡିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସିଦ୍ଧରମୈୟାଙ୍କ ଏହି ଭାଇରାଲ ଭିଡିଓ ବାଙ୍ଗାଲୋରର ବୋଲି କୁହାଯାଉଛି। ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ  କାର୍ଯ୍ୟକ୍ରମରେ ଉପସ୍ଥିତ ଜଣେ କର୍ମକର୍ତ୍ତାଙ୍କ ହାତରୁ ଖୋଲି ଯାଇଥିବା ନିଜର ଜୋତାର ଫିତା ବନ୍ଧାଉଥିବା ନଜର ଆସିଛନ୍ତି। ଏହି ସମୟରେ କର୍ମକର୍ତ୍ତା  ଜଣକ ହାତରେ ଜାତୀୟ ପତାକା ଧରିଥିବାର ଦେଖିବାକୁ ମିଳୁଛି। ଏହାପରେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଉକ୍ତ କର୍ମକର୍ତ୍ତାଙ୍କ ହାତରୁ ପତାକା ନେଇ ଯାଇଥି‌ଲେ। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।