ନୂଆଦିଲ୍ଲୀ: ୨୪ ଏକରବିଶିଷ୍ଟ ଖଣ୍ଡେ ସରକାରୀ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତି ଅଭିଯୋଗର ତଦନ୍ତ ଉପରେ ସୁପ୍ରିମ୍ କୋର୍ଟ ରହିତାଦେଶ ଜାରି କରିବାରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କୁ ଆଶ୍ୱସ୍ତି ମିଳିଛି।
ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦିୟୁରପ୍ପାଙ୍କ ତରଫରୁ ଅଦାଲତରେ ହାଜର ହୋଇଥିବା ବରିଷ୍ଠ ଆଡ୍ଭୋକେଟ୍ କେ. ଭି. ବିଶ୍ୱନାଥନ୍ କହିଛନ୍ତି, ଏ ନିଷ୍ପତ୍ତି ନ୍ୟାୟସଙ୍ଗତ।
ମାର୍ଚ ୨୧ ତାରିଖ ଦିନ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ଆଦେଶ ବିରୋଧରେ ବି.ଏସ୍. ୟେଦିୟୁରପ୍ପା ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ। ୧୦ ବର୍ଷ ତଳର ଏକ ବେଆଇନ ଜମି ଦୁର୍ନୀତି ମାମଲାରେ ୟେଦିୟୁରପ୍ପାଙ୍କ ବିରୋଧରେ ତଦନ୍ତ କରିବା ଲାଗି କର୍ଣ୍ଣାଟକ ହାଇକୋର୍ଟ ଏକ ସ୍ୱତନ୍ତ୍ର ଅଦାଲତଙ୍କୁ ନିର୍ଦେଶ ଦେଇଥିଲେ। ଏହାଛଡ଼ା, ୨୦୧୨ରେ ଲୋକାୟୁକ୍ତ ପୁଲିସ ଫାଇଲ୍ କରିଥିବା ଚାର୍ଜସିଟ୍କୁ ଆଧାର କରି ମାମଲା ଆଗେଇ ନେବାକୁ ମଧ୍ୟ ଅଦାଲତ କହିଥିଲେ।
Image Courtesy of Free Press Journalସମ୍ପ୍ରତି ସୁପ୍ରିମ୍ କୋର୍ଟ ଉକ୍ତ ଦୁର୍ନୀତି ମାମଲା ଉପରେ ରହିତାଦେଶ ଜାରି କରିଛନ୍ତି। ଏହାବ୍ୟତିରେକେ, ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ଆବେଦନ ସଂକ୍ରାନ୍ତରେ ଜବାବ ଦାଖଲ କରିବା ଲାଗି ମଧ୍ୟ ସୁପ୍ରିମ୍ କୋର୍ଟ ରାଜ୍ୟ, ଲୋକାୟୁକ୍ତ ଏବଂ ଅଭିଯୋଗକାରୀଙ୍କୁ ନୋଟିସ୍ ଦେଇଛନ୍ତି।
ବେସରକାରୀ ବ୍ୟକ୍ତିବିଶେଷଙ୍କୁ ୨୪ ଏକର ସରକାରୀ ଜମି ଆବଣ୍ଟନରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କର ଭୂମିକା ଥିବା ଅଭିଯୋଗ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/yedd.jpg)