ବାଙ୍ଗାଲୋର : କର୍ଣ୍ଣାଟକ ନିର୍ବାଚନରେ ଘଡ଼ିକେ ଘୋଡ଼ା ଛୁଟୁଛି । କିଛି ସମୟ ପୂର୍ବେ ବିଜେପି ନେତା କର୍ମୀମାନେ ବିଜୟକୁ ନେଇ ନିଶ୍ଚିତ ଥିଲେ । ଏବେ ସ୍ଥିତି ଅଧାରେ ଅଟକିଯାଇଛି । ଗୋଟିଏ ପଟେ ବିଜେପି ଏବେ ସୁଦ୍ଧା ମିଳିଥିବା ଫଳାଫଳ ଅନୁସାରେ ୧୦୭ଟି ଆସନରେ ଜିତିଛି ବା ଆଗୁଆ ଅଛି । ଫଳରେ ଦଳ ବହୁମତ ଠାରୁ ଆହୁରି ୫ଟି ଆସନ ପଛୁଆ ରହିଛି । ଅନ୍ୟପକ୍ଷରେ କଂଗ୍ରେସ ୭୩ଟି ଆସନରେ ଆଗୁଆ ଥିବାବେଳେ ଜେଡିଏସ ୪୦ଟି ଆସନରେ ଆଗୁଆ ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ସରକାର ଗଠନ ପାଇଁ କଂଗ୍ରେସ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ମାତ୍ର ୪୦ ଟି ଆସନ ରେ ଜିତିଥିବା ( ବା ଆଗୁଆ ଥିବା) ଜେଡିଏସ ନେତା ଏଚ.ଡି.କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରିବାକୁ କଂଗ୍ରେସ ଘୋଷଣା କରିଛି । ଆଜି ସଂଧ୍ୟା ୫ଟା ସୁଦ୍ଧା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଜେଡିଏସ ଓ କଂଗ୍ରେସ ଦାବି କରିବେ ବୋଲି ଘୋଷଣା କରିଛନ୍ତି । ଏପରି ହେଲେ ୩ୟ ସ୍ଥାନରେ ଥିବା କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ବଢିଯାଇଛି । କାରଣ କଂଗ୍ରେସ ଓ ଜେଡିଏସର ଆସନ ମିଶି ଏବେ ୧୧୩ ଟପିଯାଇଛି ଯାହାକି ଆବଶ୍ୟକ ସଂଖ୍ୟାଠାରୁ ୧୧ ଅଧିକ । ସେହିପରି ଜିତିଥିବା ୨ ଜଣ ସ୍ୱାଧୀନ ପ୍ରାର୍ଥି କଂଗ୍ରେସ ସମର୍ଥନରେ ଛିଡା ହୋଇଥିବାରୁ ସେମାନେ ମଧ୍ୟ ଏହି ମିଳିତ ସରକାରକୁ ସମର୍ଥନ କରିବା ସମ୍ଭାବନା ଅଧିକ । ତେବେ ସଂଧ୍ୟା ସୁଦ୍ଧା ସ୍ଥିତି ସ୍ପଷ୍ଟ ହେବାର ସମ୍ଭାବନା ରହିଛି ।