ପ୍ରିୟଙ୍କା ଗାନ୍ଧି (କଂଗ୍ରେସ ସାଧାରଣ ସମ୍ପଦକ)
କଂଗ୍ରେସ ଦଳକୁ ଐତିହାସିକ ଜନାଦେଶ ଦେଇଥିବାରୁ କର୍ଣ୍ଣାଟକ ବାସିନ୍ଦାଙ୍କୁ ହୃଦୟରୁ ଧନ୍ୟବାଦ। କର୍ଣ୍ଣାଟକରେ ପ୍ରଗତିର ବିଚାରକୁ ପ୍ରାଥମିକତା ଦେବାର ଏହା ବିଜୟ ଅଟେ। ଏହା ଦେଶକୁ ଏକ କରୁଥିବା ରାଜନୀତିର ବିଜୟ ଅଟେ। କର୍ଣ୍ଣାଟକ କଂଗ୍ରେସର ସମସ୍ତ କର୍ମୀ ଏବଂ ନେତାମାନଙ୍କୁ ମୋର ଶୁଭେଚ୍ଛା। କର୍ଣ୍ଣାଟକ ବାସିନ୍ଦାଙ୍କୁ କଂଗ୍ରେସ ଯେଉଁ ପ୍ରତିଶ୍ରୁତି ଦେଇଛି ଦଳ ସେହି ପ୍ରତିଶ୍ରୁତି ପୂରଣ କରିବା ଦିଗରେ କାର୍ଯ୍ୟ କରିବ।
ଅମିତ ଶାହ (କେନ୍ଦ୍ର ଗୃହମନ୍ତ୍ରୀ)
କର୍ଣ୍ଣାଟକର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଲଗାତାର ପ୍ରୟାସ ଜାରି ରହିବ। କର୍ଣ୍ଣାଟକବାସୀ ବିଜେପିକୁ ବହୁ ବର୍ଷ ଧରି ସେବା କରିବା ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଉଛୁ।
ମଲ୍ଳିକାର୍ଜୁନ ଖଡ଼ଗେ (କଂଗ୍ରେସ ସଭାପତି)
ଆମ ଉପରେ ଯେଉଁ ଆସ୍ଥା ଏବଂ ବିଶ୍ବାସ ପ୍ରକଟ କରାଯାଇଛି ତାହା ଆମେ ଅତୁଟ ରଖିବୁ। ନିର୍ବାଚନ ଇସ୍ତାହାରରେ ଘୋଷଣା ହୋଇଥିବା ସମସ୍ତ କଲ୍ୟାଣକାରୀ ଯୋଜନା ଆମେ କାର୍ଯ୍ୟକାରୀ କରିବୁ। ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଏବଂ ସୋନିଆ ଗାନ୍ଧିଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଅସୁସ୍ଥତା ସତ୍ତ୍ବେ ସୋନିଆ ନିର୍ବାଚନ ପ୍ରଚାର କରିଥିଲେ।
ସିଦ୍ଦରମେୟା (ବରିଷ୍ଠ କଂଗ୍ରେସ ନେତା)
କର୍ଣ୍ଣାଟକ ନିର୍ବାଚନ ଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଜନାଦେଶ। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସର ବିଜୟ ପାଇଁ ନିର୍ଣ୍ଣାୟକ ହେବ।
ଦିଗ୍ବିଜୟ ସିଂହ (କଂଗ୍ରେସ ରାଜ୍ୟସଭା ସଦସ୍ୟ)
ପୁଣିଥରେ କଂଗ୍ରେସ କର୍ଣ୍ଣାଟକରେ ସରକାର ଗଠନ କରିବାକୁ ଯାଉଛି। ବିଜେପି ଦକ୍ଷିଣ ଭାରତରୁ ପୋଛି ହୋଇଗଲା।
ମମତା ବାନାର୍ଜୀ (ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ)
କର୍ଣ୍ଣାଟକ ନିର୍ବାଚନ ପରାଜୟ ବିଜେପି ଶେଷର ଆରମ୍ଭ। ବିଜେପିର ଅହଙ୍କାର ବିରୋଧରେ ଲୋକମାନେ ଭୋଟ୍ ଦେଇଛନ୍ତି। କର୍ଣ୍ଣାଟକର ସମସ୍ତ ଭୋଟରଙ୍କୁ ମୋର ଶୁଭେଚ୍ଛା। ବିଜୟୀ ପ୍ରାର୍ଥୀଙ୍କୁ ମଧ୍ୟ ମୋର ଶୁଭେଚ୍ଛା।
ବିଏସ୍ ୟେଦୁରପ୍ପା (ବରିଷ୍ଠ ବିଜେପି ନେତା)
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳ ୨୦୨୪ ଲୋକସଭା ନିର୍ବାଚନ ଉପରେ କିଛି ପ୍ରଭାବ ପକାଇବନି। ୨୦୧୯ କର୍ଣ୍ଣାଟକ ଲୋକସଭା ନିର୍ବାଚନରେ ବିଜେପି ୨୮ ଲୋକସଭା ଆସନରୁ ୨୫ ଆସନରେ ଜିତିଥିଲା। ୨୦୨୪ରେ ମଧ୍ୟ ଏହି ସମାନ ସଂଖ୍ୟା ବଜାୟ ରଖିବାପାଇଁ ଚେଷ୍ଟା ଜାରି ରହିବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp