ବେଙ୍ଗାଲୁରୁ: ମଙ୍ଗଳବାର ଅପରାହ୍ଣରେ ଆର୍. ଆର୍. ନଗରସ୍ଥିତ ଏକ ଆପାର୍ଟମେଣ୍ଟ୍ରୁ ଜବତ୍ ହୋଇଥିବା ୧୦ ହଜାର ସରିକି ଭୋଟ୍ ପରିଚୟ ପତ୍ରଗୁଡ଼ିକୁ ଭୋଟଦାତାମାନଙ୍କ ଠାରୁ ଖରିଦ କରାଯାଇଥିଲା ବୋଲି କେତେକ ସନ୍ଦେହ କରୁଛନ୍ତି।
ଭୋଟ୍ଦାତାମାନଙ୍କୁ ଲାଞ୍ଚ ଦେବା ପାଇଁ ଏଇଟା ଗୋଟାଏ ନୂଆ କୌଶଳ। ଏଥିପାଇଁ ଏକ ର୍ୟାକେଟ୍ କାମ କରୁଛି। ଏହି କୌଶଳ ଏମିତି କାମ କରେ:
ମନେ କରନ୍ତୁ ଜଣେ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ସେ ଜାଣିବାକୁ ପାଇଲେ ଅମୁକ ଅମୁକ ଭୋଟ୍ଦାତା ଆଦର୍ଶଗତ କାରଣରୁ ତାଙ୍କୁ ଭୋଟ୍ ଦେବେ ନାହିଁ। ସେ କ୍ଷେତ୍ରରେ ପ୍ରାର୍ଥୀ ଜଣକ କିଛି ଟଙ୍କା ଦେଇ ଉକ୍ତ ଭୋଟଦାତାଙ୍କ ଭୋଟ୍ପରିଚୟ ପତ୍ରଟି ନେଇ ଆସନ୍ତି। ଫଳରେ ସେ ଅନ୍ୟ କାହାରିକୁ ଭୋଟ୍ ଦେଇ ପାରିବେ ନାହିଁ।
/sambad/media/post_attachments/wp-content/uploads/2018/05/karnataka_election-300x168.jpeg)
କ୍ଷେତ୍ର ବିଶେଷରେ ଭୋଟ୍ ପରିଚୟ ପତ୍ରର ମୂଲ୍ୟାୟନ ହୋଇଥାଏ। ଉତ୍ତର କର୍ଣ୍ଣାଟକର ସୁଦୂର ବିଧାନସଭା ନିର୍ବାଚନ ମଣ୍ଡଳି ଲମ୍ବାନି ତଣ୍ଡାରେ ଏହାର ମୂଲ୍ୟ ମାତ୍ର ୧୦୦ ଟଙ୍କା କିନ୍ତୁ, ବେଙ୍ଗାଲୁରୁର ବସ୍ତି ବାସିନ୍ଦାଙ୍କ ପାଇଁ ଏହାର ମୂଲ୍ୟ ୨୦୦୦ ଟଙ୍କା।
ହେବ୍ବାଲ୍ର ଜଣେ ବଢ଼େଇ କହନ୍ତି: ମୋତେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ଭେଟି କହିଥିଲେ କି, ଭୋଟ୍ ନ ଦେବା ପାଇଁ ୧୦୦୦ ଟଙ୍କା ନେବ କି। ସେ ହଁ କହିଲେ ଏବଂ ଟଙ୍କା ଗ୍ରହଣ କଲେ। ସେମିତି ତାଙ୍କ କଲୋନିରେ ଅନେକ ଭୋଟର୍ ଟଙ୍କା ସହ ମଦ ପାଇ ଭୋଟ୍ ଦେବାକୁ ଯିବେ ନାହିଁ।
୨୦୧୪ ଲୋକସଭା ନିର୍ବାଚନରେ ଶିବମୋଗ୍ଗାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କୁମାର ବାଙ୍ଗରପ୍ପା ଅଭିଯୋଗ କରଥିଲେ କି, କଂଗ୍ରେସ୍ ଆଧିପତ୍ୟ ଅଞ୍ଚଳରେ ଥିବା ମୁସଲମାନ ଏବଂ ଲମ୍ବାନିମାନଙ୍କ ଠାରୁ ବିଜେପି ୫୦୦ ଟଙ୍କା ଲେଖାଏଁ ଦେଇ ଭୋଟର୍ କାର୍ଡ ନେଇ ଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/64102167.jpg)