ବେଙ୍ଗାଲୁରୁ: ମୁଁ ନିର୍ବାଚନ ଲଢ଼ିବି ନାହିଁ, କିନ୍ତୁ ବୋମ୍ମାଇଙ୍କ ପାଇଁ ପ୍ରଚାର କରିବି ନିଶ୍ଚୟ ବୋଲି କହିଛନ୍ତି କନ୍ନଡ ସୁପରଷ୍ଟାର କିଚ୍ଚା ସୁଦୀପ। କିଛି ଦିନ ହେବ ଲୋକପ୍ରିୟ କନ୍ନଡ ସୁପରଷ୍ଟାର କିଚ୍ଚା ସୁଦୀପ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଆଜି ସେଭଳି ଚର୍ଚ୍ଚାକୁ ଖଣ୍ଡନ କରି ସେ କେବଳ ବିଜେପି ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି। ଆଗକୁ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ସେ ଷ୍ଟାର ପ୍ରଚାରକ ହେବେ।
ଆଜି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଅଭିନେତା କହିଛନ୍ତି ଯେ ଶାସକ ଦଳ ତାଙ୍କୁ ଦରକାର ସମୟରେ ସମର୍ଥନ କରିଥିଲେ। ସେ କହିଛନ୍ତି, "ଦରକାର ସମୟରେ ବିଜେପି ମୋତେ ସମର୍ଥନ କରିଥିଲା, ମୁଁ ବର୍ତ୍ତମାନ ସେମାନଙ୍କୁ ସମର୍ଥନ କରିବି। ମୁଁ କେବଳ ପ୍ରଚାର କରିବି, ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ଦଳ ସହିତ ମୋର କୌଣସି ସମ୍ପର୍କ ନାହିଁ। ମୁଁ କେବଳ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଏବଂ ସେ ଯେଉଁ ଦଳରେ ଅଛନ୍ତି, ସେ ଦଳକୁ ସମର୍ଥନ କରିବାକୁ ଆସିଛି। ସେ ଯେଉଁ ଦଳରେ ଥିଲେ ବି ମୁଁ ତାଙ୍କୁ ସମର୍ଥନ କରିବି।"
କେବଳ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ନୁହେଁ ହିନ୍ଦୀ ସିନେମାରେ ମଧ୍ୟ କିଚ୍ଚା ସୁଦୀପ ଏକ ଲୋକପ୍ରିୟ ଚେହେରା। ସେ ଫିଲ୍ମ 'ଫୁଙ୍କ' ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କୁ ସଲମାନ ଖାନଙ୍କ ଫିଲ୍ମ ଦବଙ୍ଗ-୨ରେ ଜଣେ ଖଳନାୟକ ଭାବରେ ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/ସ-49.jpg)