କୋଲ୍କାତା: ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଜନତା ଦଳ ସିକ୍ୟୁଲାର୍’ (ଜେଡିଏସ୍) ଲାଗି ପ୍ରଚାର ଅଭିଯାନରେ ଆସିବେ ବୋଲି ଶୁକ୍ରବାର ଦିନ ‘ଜେଡିଏସ୍’ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ବାମୀ କହିଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ଦିନ କୋଲ୍କାତାର କାଳିଘାଟସ୍ଥିତ ବାସଭବନରେ କୁମାରସ୍ବାମୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ।
Image Courtesy of Zee Newsଏ ସଂକ୍ରାନ୍ତରେ ଟୁଇଟ୍ କରି କୁମାରସ୍ବାମୀ ଲେଖିଛନ୍ତି: କୋଲ୍କାତାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଆଲୋଚନା କଲି। ଆଜି ମଧ୍ୟ ସେ ମୋତେ ଭବ୍ୟ ଆତିଥ୍ୟତା ପ୍ରଦାନ କରିଥିଲେ। ଆମେ ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ, ‘ପଞ୍ଚ ରତ୍ନ ଯାତ୍ରା’ର ସଫଳତା ଓ ଜାତୀୟ ରାଜନୈତିକ ଘଟଣାବଳି ପ୍ରସଙ୍ଗରେ ଆଲୋଚନା କଲୁ।
Image Courtesy of Zee Newsଜାତୀୟ ନିର୍ବାଚନରେ ‘ଜେଡିଏସ୍’ ସହିତ ମିଶି କାମ କରିବା ବିଷୟରେ ସେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ‘ଜନତା ଦଳ ସିକ୍ୟୁଲାର୍’ ସପକ୍ଷରେ ପ୍ରଚାର କରିବା ଲାଗି ସେ କର୍ଣ୍ଣାଟକ ଗସ୍ତରେ ଆସିବେ।
ରାହୁଲ୍ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରାଯିବା ପ୍ରସଙ୍ଗରେ କୋଲ୍କାତା ସାମ୍ବାଦିକମାନେ ପଚାରିବାରୁ କୁମାରସ୍ବାମୀ କହିଲେ, ଏଥିରେ ବିସ୍ମିତ ହେବାର କିଛି ନାହିଁ, କେନ୍ଦ୍ର ସରକାରଙ୍କ ଆଚରଣ ବିଷୟରେ ସମସ୍ତେ ଅବଗତ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ଗୁରୁବାର ଦିନ ଭୁବନେଶ୍ବରରେ ମମତା ବାନାର୍ଜୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର ଦିନକ ପରେ କୁମାରସ୍ବାମୀଙ୍କ ସହିତ ଉପରୋକ୍ତ ଆଲୋଚନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Mamta-to-Campaign-For-JDS-in-Karnataka_Thumbnail.jpg)