ନୂଆଦିଲ୍ଲୀ:କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ବିଏସ୍ ୟେଦ୍ୟୁରପ୍ପା ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ୟେଦ୍ୟୁରପ୍ପା ମାର୍ଚ୍ଚ ୬ ତାରିଖରେ କର୍ଣ୍ଣାଟକର ଜେବରଗୀକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ହେଲିକପ୍ଟର ଯୋଗେ ଯାତ୍ରା କରିଥିଲେ।
ୟେଦ୍ୟୁରପ୍ପା ଯାତ୍ରା କରୁଥିବା ହେଲିକପ୍ଟରକୁ ଏକ ଫାର୍ମ ହାଉସ ପଡ଼ିଆରେ ଅବତରଣ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ହେଲିକପ୍ଟର ଅବତରଣ କରିବା ସମୟରେ ଏହି ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। କାରଣ ଅବତରଣ ବେଳେ ପଡ଼ିଆ ଆଖପାଖରେ ଥିବା ପ୍ଲାଷ୍ଟିକ ଜରି ଓ କପଡ଼ା ଉଡ଼ି ହେଲିକପ୍ଟର ବ୍ଲେଡରେ ଲାଗିଥିଲା। ଫଳରେ ପାଇଲଟଙ୍କୁ ହେଲିକପ୍ଟରଟି ଅବତରଣ କରିବାରେ ଅସୁବିଧା ପରିଲକ୍ଷିତ ହୋଇଥିଲା।
#BreakingNews : हेलीकॉप्टर हादसे में बाल-बाल बचे कर्नाटक के पूर्व सीएम बीएस येदियुरप्पा@Payodhi_Shashi @priyasi90 #Karnataka pic.twitter.com/TfcR3cf8gJ
— Zee News (@ZeeNews) March 6, 2023
ହେଲିକପ୍ଟରକୁ ମଝି ଆକାଶରେ ଟଳମଳ ହେବା ଦେଖି ପାଇଲଟ ଅବତରଣ ନକରି ପୁଣି ଉପରକୁ ଉଡାଇ ନେଇଥିଲେ। ପରେ ଅବତରଣ ସ୍ଥାନ ସଫା ହେବା ପରେ ପାଇଲଟ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରିଥିଲେ।
ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି। ଏଥିସହିତ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ହେତୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ବିଏସ୍ ୟେଦ୍ୟୁରପ୍ପାଙ୍କ ସହିତ ଘଟିବାକୁ ଯାଉଥିବା ଏକ ବଡ଼ ଅଘଟଣା ଟଳି ଯାଇଥିବା କୁହାଯାଉଛି।