ବେଙ୍ଗାଲୁରୁ : ନିର୍ବାଚନ କମିସନଙ୍କ ବୁଧବାରର ଘୋଷଣା ଅନୁସାରେ କର୍ଣ୍ଣାଟକରେ ମେ ୧୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ହେବ । କମିସନ୍ର ସୂଚନା ଅନୁସାରେ ଗୋଟିଏ ରୋଚକ ତଥ୍ୟ ସମାନକୁ ଆସିଛି। ତାହା ହେଉଛି, ରାଜ୍ୟରେ ୧୬,୦୦୦ରୁ ଅଧିକ ଶତାୟୁ ଭୋଟର ଅଛନ୍ତି, ଯେଉଁମାନଙ୍କ ବୟସ ୧୦୦ ବର୍ଷରୁ ଅଧିକ। କର୍ଣ୍ଣାଟକରେ ମୋଟ ୧୨.୧୫ ଲକ୍ଷ ଭୋଟର ଅଛନ୍ତି, ଯେଉଁମାନଙ୍କ ବୟସ ୮୦ରୁ ଊର୍ଦ୍ଧ୍ବ। ଏହି ଅଶୀତିପର ଭୋଟରଙ୍କ ମଧ୍ୟରେ ୧୬,୯୭୬ ଜଣ ଭୋଟର ଅଛନ୍ତି, ଯେଉଁମାନଙ୍କ ବୟସ ୧୦୦ରୁ ଊର୍ଦ୍ଧ୍ବ। ଏଥି ସହ ୫.୫୫ ଲକ୍ଷ ଦିବ୍ୟାଙ୍ଗ ଭୋଟରଙ୍କ ନାମ ମଧ୍ୟ ଭୋଟର ତାଲିକାରେ ରହିଛି ବୋଲି ରାଜୀବ କୁମାର କହିଛନ୍ତି।
ତେବେ ଅଶୀତିପର ଓ ଦିବ୍ୟାଙ୍ଗ ଭୋଟରମାନେ ଭୋଟଗ୍ରହଣ କେନ୍ଦ୍ରକୁ ଆସିବାରେ ସମସ୍ୟା ଥିବାରୁ ନିର୍ବାଚନ ଆୟୋଗ ପକ୍ଷରୁ ସେମାନଙ୍କ ପାଇଁ ଭୋଟ୍-ଫ୍ରମ୍-ହୋମ୍ (ଭିଏଫ୍ଏଚ୍) ସୁବିଧା କରାଯାଇଛି। ସେମାନେ ଚାହିଲେ ଏହି ସୁବିଧା ନେଇପାରିବେ, ଗୋପନୀୟତା ରକ୍ଷା କରାଯିବ ଏବଂ ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ବୋଲି ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/kar.jpg)