ବେଙ୍ଗାଲୁରୁ : ହିଜାବ ମାମଲାର ବିଚାର ପାଇଁ କର୍ଣ୍ଣାଟକ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରିତୁ ରାଜ ଅଓ୍ବସ୍ତିଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ବେଞ୍ଚ ଗଠନ କରିଛନ୍ତି । ଏହି ବେଞ୍ଚରେ ସ୍ଥାନ ପାଇଥିବା ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ କାଜି ଜୈବୁନିସା ଓ ଜଷ୍ଟିସ୍ କ୍ରିଷ୍ଣା ଦିକ୍ଷିତ । ଆସନ୍ତା କାଲି ଅପରାହ୍ଣ ସାଢେ ୨ଟାବେଳେ ବେଞ୍ଚ ହିଜାବ କଟକଣା ମାମଲାର ଶୁଣାଣି କରିବେ ।
ଆଜି ମାମଲାର ଶୁଣାଣି କରୁଥିବା ବିଚାରପତି କ୍ରିଷ୍ଣା ଦିକ୍ଷିତ ଏହି ମାମଲା ସହ ଜଡ଼ିତ ରହିଛି ସମ୍ବିଧାନିକ ଅଧିକାର, ପର୍ସୋନାଲ ଲ’ । ଏସମ୍ପର୍କିତ ୧୨ଟି କୋର୍ଟ ରାୟର ତର୍ଜମା କରାଯାଇଛି । ତେବେ ଏହି ମାମଲାର ବିଚାର ଏକ ବଡ଼ ବେଞ୍ଚରେ ହେଉ ।
ସୂଚନାଯୋଗ୍ୟ, କର୍ଣ୍ଣାଟକରେ ଚାଲିଥିବା ହିଜାବ୍ ବିବାଦ ଧୀରେ ଧୀରେ ସାଂପ୍ରଦାୟିକ ଉତ୍ତେଜନାରେ ପରିଣତ ହେବାରେ ଲାଗିଛି । ଗୋଟିଏ ପଟେ ମୁସଲମାନ ଛାତ୍ରୀମାନେ କଲେଜକୁ ହିଜାବ ପିନ୍ଧି ଯିବାକୁ ଦାବି କରୁଥିବାବେଳେ ହିନ୍ଦୁ ଛାତ୍ରଛାତ୍ରୀମାନେ ଗେରୁଆ ଗାମୁଛା ପକାଇ ଯାଉଛନ୍ତି । ଏହି ବିବାଦକୁ ନେଇ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଥିବାରୁ ରାଜ୍ୟ ସରକାର ଗତକାଲି ରାଜ୍ୟର ସବୁ ହାଇସ୍କୁଲ ଓ କଲେଜକୁ ୩ ଦିନ ପାଇଁ ଛୁଟି ଘୋଷଣା କରିଥିଲେ ।