ନୂଆଦିଲ୍ଲୀ: କର୍ଣ୍ଣାଟକର ସ୍ବାସ୍ଥ୍ୟମନ୍ତ୍ରୀ ବି ଶ୍ରୀରାମୁଲୁ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା କଥା ରବିବାର ଦିନ ନମୁନା ପଜିଟିଭ୍ ଆସିବା ପରେ ଜଣାପଡ଼ିଛି। ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଗତ ରବିବାର ଦିନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ଭୂତାଣୁ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା।
ଟୁଇଟ୍ କରି ଶ୍ରୀରାମୁଲୁ କହିଛନ୍ତି ଯେ, ଥଣ୍ଡା ଭଳି ଲକ୍ଷଣ ଦେଖାଯିବାରୁ ତାଙ୍କ ନମୁନା ପରୀକ୍ଷା କରାଯାଇଥିଲା। ରାଜ୍ୟରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ମଧ୍ୟରେ ୩୦ଟି ଜିଲ୍ଲା ପରିଦର୍ଶନରେ ଯାଇଥିବା କାରଣରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
Image Courtesy of Hindustan Timesତାଙ୍କୁ ବେଙ୍ଗାଲୁରୁସ୍ଥିତ ବୋଅରିଙ୍ଗ୍ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ନିକଟ ଅତୀତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।
କର୍ଣ୍ଣାଟକବାସୀଙ୍କୁ ସେ ପୁଣି ଥରେ ଭରସା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ସ୍ବାସ୍ଥ୍ୟ ବିଭାଗ ସମେତ ରାଜ୍ୟ ସରକାରଙ୍କର ସମସ୍ତ ବିଭାଗ କୋଭିଡ୍-୧୯ ମହାମାରୀ ବିପକ୍ଷରେ କଠିନ ପରିଶ୍ରମ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/sriramul.jpg)