୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ପୂର୍ବାନୁମାନକୁ ଅଣଦେଖା କରାଯାଇଛି ଦର୍ଶାଇ ମାମଲା ଦାୟର କରିଥିଲେ ଜ୍ୟୋତିଷ, ଜରିମାନା କଷିଲେ ହାଇକୋର୍ଟ

ବେଙ୍ଗାଲୁରୁ : ଜଣେ ଆତ୍ମଘୋଷିତ ଭବିଷ୍ୟବକ୍ତା ଟିଡ଼ିଆର୍‌ ହରିଶଚନ୍ଦ୍ର ଗୌଡ଼ଙ୍କ ଉପରେ କର୍ଣ୍ଣାଟକ ହାଇକୋର୍ଟ ବର୍ଷିବା ସହ ଲଗାଇଛନ୍ତି ଜରିମାନା । ବାରମ୍ବାର ବିଚାରଯୋଗ୍ୟ ହୋଇ ନ ଥିବା ଜନସ୍ୱାର୍ଥ ମାମଲା ରୁଜୁ କରୁଥିବାରୁ ତାଙ୍କୁ ଏହି ଦଣ୍ଡ ମିଳିଥିବା ଜଣାପଡ଼ିଛି । ମୁମ୍ବାଇରେ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ହେବାକୁ ଯାଉଛି ବୋଲି ୨୦୦୫ରେ ସେ ସତର୍କ କରାଇଥିଲେ ମଧ୍ୟ ମୁମ୍ବାଇକୁ ବଞ୍ଚାଇବାରେ ସୁରକ୍ଷା ଅଧିକାରୀ ଅସଫଳ ହୋଇଥିବାରୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନେବା ପାଇଁ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ହରିଶଚନ୍ଦ୍ର । କର୍ଣ୍ଣାଟକ ହାଇକୋର୍ଟ ହରିଶଚନ୍ଦ୍ରଙ୍କ ଏହି ମାମଲାକୁ ବିଚାରଯୋଗ୍ୟ ନୁହେଁ ବୋଲି କହିବା ସହ ଏହାକୁ ଖାରଜ କରି ତାଙ୍କ ଉପରେ ୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି । ଏହା ସହ ଆଗକୁ ଏପରି ଯେମିତି ନ ହୁଏ ସେ ନେଇ ସତ୍ୟପାଠ ଦେବା ପାଇଁ କହିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ମୁଖ୍ୟ ବିଚାରପତି ଦିନେଶ ମାହେଶ୍ୱରୀ ଏବଂ ବିଚାରପତି ଆର୍‌ ଦେବଦାସଙ୍କ ଖଣ୍ଡପୀଠ ହରିଶଚନ୍ଦ୍ରଙ୍କୁ ଜରିମାନା ରାଶି ୩୦ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡରେ ଜମା କରିବାକୁ କହିଛନ୍ତି ।

newindianexpress.com

ସୂଚନା ମୁତାବକ, ହରିଶଚନ୍ଦ୍ର ପ୍ରଥମେ୨୦୦୦ମସିହା ନଭେମ୍ବର ୨୬ରେ କଂଗ୍ରେସ ମୁଖ୍ୟ ଡ଼ିକେ ଶିବକୁମାରଙ୍କୁ ଚିଠି ଲେଖି ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହେବାକୁ ଯାଉଛି ବୋଲି ଚିଠି ଲେଖିଥିଲେ । ଏହା ସହ ଯଦି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବିଲାସରାଓ ଦେଶମୁଖ୍‌ ଶିବମୋଗା ଜିଲ୍ଲାରେ ଥିବା ଶ୍ରୀଭେଙ୍କଟରମନ ସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତି ତେବେ ଯାଇ ଏହାକୁ ରୋକା ଯାଇ ପାରିବ ବୋଲି ସେ ଜଣାଇଥିଲେ । ଏହି ଚିଠିକୁ ସେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପଠାଇଥିବା ଜଣାପଡ଼ିଛି । ତାଙ୍କର ଏ ଚିଠି ଉପରେ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷପ ନିଆ ନ ଯିବା ଓ ପରେ ୨୬/୧୧ ଆକ୍ରମଣ ହେବା ଯୋଗୁଁ ଏଥିଲାଗି ଦାୟୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ଜନସ୍ୱାର୍ଥ ମାମଲା ଋଜୁ କରିଥିଲେ ।

ସମ୍ବନ୍ଧିତ ଖବର