ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଶନିବାର ଏବଂ ରବିବାର ଦିନ ବେଙ୍ଗାଲୁରୁରେ ରୋଡ୍‌ସୋ ରଖିଛନ୍ତି। କିନ୍ତୁ ମୋଦୀଙ୍କ ରୋଡ୍‌ସୋ ଉପରେ ରୋକ୍‌ ଲଗାଇବାପାଇଁ କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଆଇଏଲ ଦାଖଲ ହୋଇଥିଲା। ରୋଡ୍‌ସୋ ଯୋଗୁଁ ଟ୍ରାଫିକ୍‌ ଜାମ୍‌ ସମସ୍ୟା ହେବା ସହ ରାସ୍ତା ଜାମ୍‌ ହେବ ବୋଲି ଦାବି କରି ଆଇନଜୀବୀ ଅମୃତେଶ ଏନ୍‌ପି କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଆଏଲ୍‌ ଦାଖଲ କରିଥିଲେ। କିନ୍ତୁ ହାଇକୋର୍ଟ ମୋଦୀଙ୍କ ରୋଡ୍‌ସୋ ଉପରେ ରୋକ୍‌ ଲଗାଇବାକୁ ମନା କରିଦେଇଛନ୍ତି।

Advertisment

ଜଷ୍ଟିସ କ୍ରୀଷ୍ଣା ଏସ୍‌ ଦିକ୍ଷିତ ଏବଂ ବିଜୟକୁମାର ଏ ପାଟିଲଙ୍କ ଅବକାଶକାଳୀନ ଖଣ୍ଡପୀଠ ଆଜି ଏକ ସ୍ବତନ୍ତ୍ର ଶୁଣାଣି କରିବା‌ ସମୟରେ ବେଙ୍ଗାଲୁରୁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ବେଙ୍ଗାଲୁରୁ ପୁଲିସ କମିସନରଙ୍କ ପକ୍ଷ ଶୁଣିଥିଲେ। ମୋଦୀଙ୍କ ରୋଡ୍‌ସୋ ପାଇଁ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଆମ୍ବୁଲାନ୍ସ, ସ୍କୁଲ୍‌, କଲେଜ୍‌ବସ ଚଳାଚଳ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଇଛି। ସମସ୍ତ ବ୍ୟବସ୍ଥା ସଂକ୍ରାନ୍ତରେ ଶୁଣିବାପରେ କର୍ଣ୍ଣାଟକ ହାଇକୋର୍ଟ ମୋଦୀଙ୍କ ରୋଡ୍‌ସୋ ଉପରେ ରୋକ୍‌ ଲଗାଇବାକୁ ମନା କରିଛନ୍ତି।