ଆପତ୍ତିଜନକ ଟ୍ୱିଟ୍ ବିରୋଧରେ ହେବାକୁ ଥିବା କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବା ପାଇଁ ମନା କଲେ କର୍ଣ୍ଣାଟକ ହାଇକୋର୍ଟ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ। କଙ୍ଗନା ଚାଷୀ ଆନ୍ଦୋଳନକୁ ନେଇ କରିିଥିବା ଆପତ୍ତିଜନକ ଟ୍ୱିଟ୍ ବିରୋଧରେ  ହେବାକୁ ଥିବା କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ମନା କରି ଦେଇଥିବା ଜଣାପଡ଼ିଛି। କୃଷି ଆଇନକୁ ବିରୋଧ କରୁଥିବା ଚାଷୀଙ୍କ ବିରୋଧରେ କରିଥିବା ଟ୍ୱିଟ୍ ପାଇଁ ଦିଆଯାଇଥିବା ଏତଲା ରଦ୍ଦ କରିବାକୁ କଙ୍ଗନା କର୍ଣ୍ଣାଟକ ହାଇକୋର୍ଟରେ ଆବେଦନ କରିଥିଲେ। ଏହା ଉପରେ ଆଜି ଶୁଣାଣି କରି ହାଇକୋର୍ଟ ଏତଲା ରଦ୍ଦ କରିବାକୁ ମନା କରିଦେଇଛନ୍ତି। ତେବେ ହାଇକୋର୍ଟଙ୍କ ଏଭଳି ରାୟ ପରେ, ମୁଁ ଜନ୍ମରୁ ବାଗୀ, ଏହି ଛୋଟ ଘଟଣାକୁ ନେଇ ଭୟଭୀତ ହେବି ନାହିଁ ବୋଲି ଟୁଇଟ କରି କହିଛନ୍ତି କଙ୍ଗନା।

ମଙ୍ଗଳବାର ଦିନ ଶୁଣାଣି ସମୟରେ କର୍ଣ୍ଣାଟକ ହାଇକୋର୍ଟରେ କଙ୍ଗନାଙ୍କ ଓକିଲ ରିଜୱାନ୍ ସିଦ୍ଦିକି ଯୁକ୍ତି କରିଥିଲେ ଯେ, ତାଙ୍କ ମହକିଲଙ୍କ ବିରୋଧରେ ଦାଖଲ ହୋଇଥିବା ଏତଲା ରଦ୍ଦ କରାଯାଉ ଏବଂ ତାଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦିଆଯାଉ। ଏହା ପରେ ହାଇକୋର୍ଟର ବିଚାରପତି କହିଥିଲେ ଯେ, ପ୍ରଥମେ ଆବଦନରେ ଥିବା ତ୍ରୁଟିକୁ ସୁଧାରନ୍ତୁ, ଏହା ପରେ ଆପଣଙ୍କ ଆବେଦନ ଉପରେ ବିଚାର କରାଯିବ। ଏ ନେଇ କଙ୍ଗନାଙ୍କୁ ଏକ ସପ୍ତାହ ସମୟ ଦେବା ସହ ମାର୍ଚ୍ଚ ୧୮ତାରିଖକୁ ପରବର୍ତ୍ତୀ ଶୁଣାଣି ରଖିଛନ୍ତି କର୍ଣ୍ଣାଟକ ହାଇକୋର୍ଟ ।

Kangana Ranaut on charges of merging flats: Will fight in higher court, Entertainment News | wionews.com
WION

ହାଇକୋର୍ଟଙ୍କ ଏଭଳି ରାୟ ପରେ କଙ୍ଗନା କହିଛନ୍ତି ଯେ, ମୋ ଘର ଭାଙ୍ଗି ଦିଅ କିମ୍ବା ମୋତେ ଜେଲକୁ ପଠାଇଦିଅ କିମ୍ବା ମୋତେ ଅପମାନିତ କରିବା ପାଇଁ ମିଥ୍ୟା ପ୍ରଚାର କର, ମୁଁ ଭୟଭୀତ ହେବି ନାହିଁ। ମୋତେ ସୁଧାରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ମଧ୍ୟରେ ମୁଁ ସୁଧାର ଆଣି ନିଶ୍ବାସ ନେବି। ମୁଁ ଜଣେ ବାଗୀ ଭାବରେ ଜନ୍ମ ହୋଇଥିଲି, ବାଗୀ ହୋଇ ରହିବି।

ସୂଚନା ମୁତାବକ, ରମେଶ ନାଇକ ନାମକ ଜଣେ ବ୍ୟକ୍ତି ଚାଷୀଙ୍କ ବିରୋଧରେ କରାଯାଇଥିବା  ଟୁଇଟ୍ ସମ୍ପର୍କରେ ଆଇପିସିର ଧାରା ୧୫୬(୩) ଅନୁଯାୟୀ କଙ୍ଗନାଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର