ନୂଆଦିଲ୍ଲୀ : କର୍ଣ୍ଣାଟକ ହିଜାବ୍‌ ବିବାଦର ଶୁଣାଣି ପାଇଁ ସମ୍ବିଧାନ ପୀଠ ଗଠନ ହେବ ବୋଲି ସୁପ୍ରିମକୋର୍ଟ ଆଜି ଆବେଦନକାରୀଙ୍କୁ ଆଶ୍ବସ୍ତ କରିଛନ୍ତି। କର୍ଣ୍ଣାଟକରେ ମୁସଲିମ ମହିଳା ଛାତ୍ରୀଙ୍କୁ ପରୀକ୍ଷା ହଲ୍‌ରେ ହିଜାବ ପିନ୍ଧିବାକୁ ଅନୁମତି ଦେବାପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ତେବେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି ପାଇଁ ଏକ ସମ୍ବିଧାନ ପୀଠ ଗଠନ କରିବେ ବୋଲି କହିଛନ୍ତି।

Advertisment

କୋର୍ଟ କହିଛନ୍ତି, ହୋଲି ଛୁଟି ପରେ ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ କରାଯିବ। ତେବେ ପରୀକ୍ଷା ଆଉ ୫ ଦିନ ପରେ ଅଛି ବୋଲି ଆବେଦନକାରୀଙ୍କ ଆଇନଜୀବୀ କହିବାପରେ ପ୍ରଧାନ ବିଚାରପତି କହିଥିଲେ, ଆପଣ ଶେଷ ଦିନରେ ଆସୁଛନ୍ତି। ୧୦ ଦିନ ପୂର୍ବେ ଏହି ମାମଲାକୁ ଉଲ୍ଲେଖ କରାଯାଇଥିଲା ବୋଲି ଆଇନଜୀବୀ କହିବାପରେ, ପ୍ରଧାନ ବିଚାରପତି ସମ୍ବିଧାନ ପୀଠ ଗଠନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପୂର୍ବରୁ ୨ ଥର ଜାନୁଆରି ୨୩ ଏବଂ ଫେବ୍ରୁଆରି ୨୨ରେ ଏହି ମାମଲାକୁ ଉଲ୍ଲେଖ କରାଯାଇଥିଲା।