ବେଙ୍ଗାଲୁରୁ: ବେଳେ ବେଳେ କିଛି ଖବର ଆପଣମାନଙ୍କ ସାମ୍ନାରେ ପରିବେଶଷ କଲା ବେଳେ ଆମକୁ ବି ଘଟଣା ଚକିତ କରେ କାହିଁକି ନା ଏଭଳି ଏକ ସମାଜରେ ଆମେ ବଞ୍ଚୁଛୁ ସେହି ସମାଜରେ କେତେବେଳେ କଣ ଘଟିବ ଜଣାପଡେ ନାହିଁ । ଏମିତି ଏକ ଘଟଣା ଏବେ କର୍ଣ୍ଣାଟକରେ ଦେଖିବାକୁ ମିଳିଛି । ଯାହା ଆପଣ ଶୁଣିଲେ ଚକିତ ହେବେ...
ଗୁରୁବାର ରାତିରେ ହମ୍ପି ସହରର ସନାପୁର ହ୍ରଦ ନିକଟରେ ଘଟିଥିଲା ଜଘନ୍ୟକାଣ୍ଡ । ଇସ୍ରାଏଲ ଯୁବତୀଙ୍କ ସହ ଭଡ଼ାଘର ମାଲିକାଣୀଙ୍କୁ ଗଣଦୁଷ୍କର୍ମ କରିଥିଲେ ୩ ଦୁର୍ବୃତ୍ତ । ପ୍ରତିବାଦ କରିବାରୁ ସାଙ୍ଗରେ ଥିବା ୩ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି କେନାଲକୁ ଫିଙ୍ଗି ଦେଇଥିଲେ । ଯେଉଁଥିରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାଁ ବିଭାସ ନାୟକ ।
ସେପଟେ ଘଟଣାରେ ନୂଆ ମୋଡ ଆସିଛି , ମାତ୍ର ଶହେ ଟଙ୍କା ପାଇଁ ଗଣଦୁଷ୍କର୍ମ ସହ ହତ୍ୟା କରିଛନ୍ତି ଅଭିଯୁକ୍ତ । ତେବେ ସୂଚନା ଅନୁସାରେ ଇସ୍ରାଏଲ ଯୁବତୀଙ୍କ ସହ ୫ ଜଣ କେନାଲ ନିକଟରେ ଗୀତ ଶୁଣୁଥିଲେ ଏବଂ ମଜାମସ୍ତି କରୁଥିଲେ । ଏହି ସମୟରେ ୩ ଜଣ ବ୍ୟକ୍ତି ବାଇକରେ ଆସି ସେମାନଙ୍କ ପାଖରେ ପହଞ୍ଚିଥିଲେ। କେଉଁଠି ପ୍ରେଟ୍ରୋଲ ମିଳିବ ବୋଲି ପଚାରିଥିଲେ। ଏହା ସହ ୧୦୦ ଟଙ୍କା ଦାବି କରିଥିଲେ। ସେମାନେ ଅଭିଯୁକ୍ତଙ୍କ କଥା ନଶୁଣିବାରୁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ୩ ଜଣ ପୁରୁଷ ପର୍ଯ୍ୟଟକଙ୍କୁ ଆକ୍ରମଣ କରି କେନାଲକୁ ଠେଲି ଦେଇଥିଲେ। ଆଉ ୨ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଥିଲେ...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/09/TOm7tzQZGTH2mL1Q3Pes.jpg)