ନୂଆଦିଲ୍ଲୀ: କର୍ଣ୍ଣାଟକର କାମଚଳା ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ବୁଧବାର କଂଗ୍ରେସକୁ କଟାକ୍ଷ କରିଛନ୍ତି। କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବାଛିବାରେ କଂଗ୍ରେସ ବିଳମ୍ବ କରୁଥିବାରୁ ଏହି ପ୍ରସଙ୍ଗରେ ବୋମାଇ ଆଜି କଂଗ୍ରେସକୁ କଟାକ୍ଷ କରି କହିଛନ୍ତି, କଂଗ୍ରେସର ରାଜନୀତି କର୍ଣ୍ଣାଟକ ଜନାଦେଶକୁ ଗୌଣ କରିଦେଇଛି। କଂଗ୍ରେସ ପାଇଁ ଲୋକଙ୍କ ଆକାଂକ୍ଷା ଅପେକ୍ଷା ରାଜନୀତି ଅଧିକ ଗୁରୁତ୍ବପୂର୍ଣ୍ଣ। କଂଗ୍ରେସକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଥିଲେ ସୁଦ୍ଧା ଏହା ମୁଖ୍ୟମନ୍ତ୍ରୀ କାହାକୁ କରିବ ନିଷ୍ପତ୍ତି ନେଇପାରୁନି। ଏହା ଦଳର ଆଭ୍ୟନ୍ତରୀଣ କଳହକୁ ପଦାରେ ପକାଇ ଦେଇଛି। ଲୋକଙ୍କ ଆଶା ଅପେକ୍ଷା କଂଗ୍ରେସ ପାଇଁ ହଟଚମଟ ରାଜନୀତି ଅଧିକ ଗୁରୁତ୍ବପୂର୍ଣ୍ଣ। କଂଗ୍ରେସ ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀ ବାଛିବା ଉଚିତ ବୋଲି ବୋମାଇ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp