ବେଙ୍ଗାଲୁରୁ: ମଙ୍ଗଳବାର ସକାଳେ କର୍ଣ୍ଣାଟକର ଚିକ୍କାମଗଲୁରୁ ଅଞ୍ଚଳର କଦୁର ନିକଟ ରେଳ ଧାରଣା ଉପରୁ କର୍ଣ୍ଣାଟକ ବିଧାନ ପରିଷଦ୍‌ର ଉପାଧ୍ୟକ୍ଷ ଏସ୍‌ଏଲ୍‌ ଧର୍ମେଗୌଡ଼ାଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି।

ଅଧିକ ତଦନ୍ତ ପାଇଁ ଧର୍ମେଗୌଡ଼ାଙ୍କ ଶବକୁ ଶିମୋଗା ସରକାରୀ ଡାକ୍ତରଖାନାକୁ ନିଆଯାଇଛି।

Advertisment

ପଶ୍ଚିମ କର୍ଣ୍ଣାଟକର ଆଇଜିପି କହିଛନ୍ତି ଯେ, ଘଟଣା ତଦନ୍ତାଧୀନ ରହିଛି। ଘଟଣାସ୍ଥଳରୁ ଏକ ସୁସାଇଡ୍‌ ନୋଟ୍‌ ଉଦ୍ଧାର କରାଯାଇଛି। କିନ୍ତୁ, ଏଥିରେ ଯାହା ଉଲ୍ଲେଖ ଅଛି ତାହା ପୁଙ୍ଖାନୁପୁଙ୍ଖ ଭାବେ କହି କରିପାରିବି ନାହିଁ।

publive-image Image Courtesy of India Today

ଜେଡିଏସ୍‌ ନେତା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେ ଗୌଡ଼ା କହିଛନ୍ତି, ରାଜ୍ୟ ବିଧାନ ପରିଷଦ୍‌ର ଉପବାଚସ୍ପତି ତଥା ଜେଡିଏସ୍‌ ନେତା ଏସ୍‌ଏଲ୍‌ ଧର୍ମେଗୌଡ଼ାଙ୍କ ଆତ୍ମହତ୍ୟା ସମ୍ବାଦ ଶୁଣି ମର୍ମାହତ ହୋଇଛି। ସେ ଜଣେ ଶାନ୍ତଶିଷ୍ଟ ଭଦ୍ରଲୋକ ଥିଲେ। ଏହି ଘଟଣା ରାଜ୍ୟ ପାଇଁ କ୍ଷତି।

ଅଳ୍ପ କେତେ ସପ୍ତାହ ତଳେ, ‘ଜେଡିଏସ୍‌’ ସହାୟତାରେ ବିଜେପି ଦ୍ୱାରା ଅଧ୍ୟକ୍ଷ ଆସନରୁ ବିତାଡ଼ିତ କର୍ଣ୍ଣାଟକ ବିଧାନ ପରିଷଦ୍‌ର ଉପାଧ୍ୟକ୍ଷ ଧର୍ମେଗୌଡ଼ା ଅନାସ୍ଥା ପ୍ରସ୍ଥାବ ମାଧ୍ୟମରେ ଅଧ୍ୟକ୍ଷଙ୍କୁ ହଟାଇବାକୁ ଚାହୁଁଥିଲେ।

ଏଥିଯୋଗୁଁ କର୍ଣ୍ଣାଟକ ବିଧାନ ପରିଷଦ୍‌ରେ ବିଜେପି, କଂଗ୍ରେସ ଏବଂ ଜେଡିଏସ୍‌ ନେତାମାନେ ପରସ୍ପରକୁ ଆକ୍ରମଣ କରିବାରୁ ଗୋଳମାଳିଆ ପରିସ୍ଥିତିର ସୂତ୍ରପାଦ ହୋଇଥିଲା।