ଶାଢ଼ିର ଗୁଣବତ୍ତା ଭଲ ନ ଥିବାରୁ ପ୍ରେମିକାକୁ ବେଦି ଉପରେ ଛାଡ଼ି ଚାଲିଗଲା ପ୍ରେମିକ

ବେଙ୍ଗାଲୁରୁ: ପୁଅ ହେଉ କି ଝିଅ, ସମସ୍ତେ ନିଜର ବିବାହ ଦିନକୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି। ନିଜ ନିଜର ଆର୍ଥିକ ସ୍ଥିତି ଦେଖି ପରିବାର ଲୋକେ ନିଜ ପିଲାମାନଙ୍କର ବିବାହ କରାଇଥାନ୍ତି। ହେଲେ ବେଳେ ବେଳେ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ବିବାହ ଭାଙ୍ଗିଯାଇଥାଏ। ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକର ହସନ ସହରରେ। ‌ପରସ୍ପରକୁ ମନ ଦେଇ ପ୍ରେମ ବିବାହ କରୁଥିଲେ ମଧ୍ୟ ଟଙ୍କା ଆଗରେ ପ୍ରେମ ଫିକା ପଡ଼ିଯାଇଛି। ବିବାହ ଦିନ ପ୍ରେମିକା କମ୍ ଦାମର ଶାଢ଼ି ପିନ୍ଧିଥିବାରୁ ପ୍ରେମିକ ବେଦିରୁ ଉଠିଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Image result for karnataka-if-the-bride-did-not-like-the-saree-the-groom-left-the-wedding
India TV

ପୁଲିସ ଦେଇଥିବା ସୂଚନା ମୁତାବକ, ଘଟଣାଟି ବୁଧବାର ଘଟିଥିଲା। ବରଯାତ୍ରୀଙ୍କୁ ଧରି ପ୍ରେମିକା ଘରେ ପହଞ୍ଚିଥିଲା ପ୍ରେମିକ। ବର ପହଞ୍ଚିବା ପରେ କନ୍ୟାପକ୍ଷ ବିବାହର ରୀତିନୀତି ଆରମ୍ଭ କରିଥିଲେ। ଏହି ସମୟରେ କନ୍ୟା ପିନ୍ଧିଥିବା ଶାଢ଼ି ବରର ମାତା-ପିତାଙ୍କୁ ପସନ୍ଦ ଆସି ନଥିଲା। କମ୍ ଦାମର ଶାଢ଼ି ପିନ୍ଧିଥିବାରୁ ବରର ମାତା-ପିତା ନିଜ ପୁଅକୁ ବେଦିରୁ ଉଠିଯିବା ପାଇଁ କହିଥିଲେ। ମାତା-ପିତାଙ୍କ ଆଦେଶ ମାନି ନିଜ ବର୍ଷକର ପ୍ରେମକୁ ଭୁଲି ବର ବେଦିରୁ ଉଠିଯାଇଥିଲା। ଏବେ ବିବାହ ଭାଙ୍ଗିଯାଇଥିବା ବେଳେ କନ୍ୟାପକ୍ଷର ଅଭିଯୋଗକ୍ରମେ ଫେରାର ଥିବା ଅଭିଯୁକ୍ତ ବରକୁ ଖୋଜିବା ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧିତ ଖବର