ବେଙ୍ଗଲୁରୁ: କର୍ଣ୍ଣାଟକରେ ଚାଲିଥିବା କଂଗ୍ରେସ୍-ଜେଡିଏସ୍ ମେଣ୍ଟ ସରକାରର ମନ୍ତ୍ରୀ ଜେଟି ଦେବଗୌଡ଼ା ଏକ ଟିପ୍ପଣୀ ଦେଇ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ସେ ଦାବି କରିଛନ୍ତି ଯେ ତାଙ୍କ ପାର୍ଟି ଜେଡିଏସର କାର୍ଯ୍ୟକର୍ତ୍ତାମାନେ ମହୀଶୂର ତଥା ଅନ୍ୟ କେତେକ ଆସନରେ ବିଜେପିକୁ ଭୋଟ୍ ଦେଇଛନ୍ତି। ଏହା ଫଳରେ କଂଗ୍ରେସ-ଜେଡିଏସ୍ ମେଣ୍ଟରେ ଥିବା ମତଭେଦ ସାମ୍ନାକୁ ଆସିଛି।
ଏଠାରେ ସୂଚନାଯୋଗ୍ୟ ଯେ ଲୋକସଭା ନିର୍ବାଚନରେ ଜେଡିଏସ ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇିଥିଲା। ଏହି ଦୁଇ ଦଳର ନେତାମାନେ ସରକାର ଗଢିବା ପରେ ପୁଣିଥରେ ପରସ୍ପରର ବିରୋଧୀ ହୋଇଥିବା ଚର୍ଚ୍ଚା ହେଉଛି।
ଜେଟି ଦେବେଗୌଡ଼ା କହିଛନ୍ତି ଯେ ଯଦି କଂଗ୍ରେସ ଓ ଜେଡିଏସ୍ ଉଭୟେ ମିଳିତ ଭାବେ ନିଜର ଶକ୍ତିର ପ୍ରୟୋଗ କରିଥାନ୍ତେ, ତେବେ କର୍ଣ୍ଣାଟକରେ ବିଜେପି ପାଞ୍ଚଟି ସିଟ୍ ବି ଜିତିବାର କଷ୍ଟକର ହୋଇଥାନ୍ତା। ତେବେ ମନ୍ତ୍ରୀ ଜେଟି ଦେବେଗୌଡ଼ାଙ୍କ ଟିପ୍ପଣୀକୁ ନେଇ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଦିନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ ଏହା ମେଣ୍ଟ ସରକାର ପାଇଁ ଶୁଭଙ୍କର ନୁହେଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/jeti.jpg)