ବେଙ୍ଗାଲୁରୁ: ଠିକାଦାର ସନ୍ତୋଷ ପାଟିଲ୍ଙ୍କ ଆତ୍ମହତ୍ୟା ମାମଲାରେ ଆସନ୍ତାକାଲି ଇସ୍ତଫା ଦେବେ କର୍ଣ୍ଣାଟକର ଗ୍ରାମୀଣ ବିକାଶ ଓ ପଞ୍ଚାୟତରାଜ ମନ୍ତ୍ରୀ କେ.ଏସ୍. ଈଶ୍ବରପ୍ପା। ଆତ୍ମହତ୍ୟା କରିବା ପୂର୍ବରୁ ସନ୍ତୋଷ ନିଜ ମୃତ୍ୟୁ ପାଇଁ କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍. ଈଶ୍ବରପ୍ପାଙ୍କୁ ଦାୟୀ କରିଥିଲେ। ଏହାପରଠାରୁ କଂଗ୍ରେସ ଈଶ୍ବରପ୍ପାଙ୍କ ଇସ୍ତଫା ଦାବି କରିଆସୁଥିବା ବେଳେ ଆସନ୍ତାକାଲି ଈଶ୍ବରପ୍ପା ଇସ୍ତଫା ଦେବେ ବୋଲି ସାମ୍ବାଦିକମାନଙ୍କୁ କହିଛନ୍ତି।
ମନ୍ତ୍ରୀ ଈଶ୍ବରପ୍ପା ଗୁରୁବାର ସନ୍ଧ୍ୟାରେ କହିଛନ୍ତି, ଆସନ୍ତାକାଲି ମୁଁ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିବି। ଆପଣଙ୍କ ସହଯୋଗ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ କହିଥିଲେ ଯେ, ସନ୍ତୋଷଙ୍କ ଶବବ୍ୟବଚ୍ଛେଦ କରାଯାଇଛି। ପ୍ରାଥମିକ ଅନୁସନ୍ଧାନ ଆରମ୍ଭ ହେଉ। ଏହି ଅନୁସନ୍ଧାନର ଫଳାଫଳକୁ ଆଧାର କରି ଆମେ ଆଗକୁ କ’ଣ କରିବୁ ତାହା ସ୍ଥିର କରିବୁ। ଦୋଷୀ ସାବ୍ୟସ୍ତ ହେଲେ ହିଁ ଈଶ୍ବରପ୍ପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉଳ୍ଲେଖଯୋଗ୍ୟ, ଠିକାଦାର ସନ୍ତୋଷ ପାଟିଲ ମନ୍ତ୍ରୀଙ୍କ ବିରୋଧରେ ‘କମିସନ୍’ ମାଗିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ।
indiatodayଏହି ପ୍ରସଙ୍ଗକୁ ନେଇ ଉପରୁ କୌଣସି ଚାପ ପକାଯାଉଛି କି ବୋଲି ପଚରାଯିବାରୁ ବୋମ୍ମାଇ କହିଛନ୍ତି, ମୁଁ କୌଣସି ପ୍ରକାରର ଚାପରେ ନାହିଁ। ହାଇ କମାଣ୍ଡର ଏହା ସହ କୌଣସି ସମ୍ପର୍କ ନାହିଁ। ଏହା କେବଳ ପ୍ରାଥମିକ ଅନୁସନ୍ଧାନ ଉପରେ ନିର୍ଭାର କରେ, ଯାହାକୁ ଆଧାର କରି ନିଷ୍ପତ୍ତି ନିଆଯିବ।
ଈଶ୍ୱରପ୍ପା କ୍ୟାବିନେଟରେ ଥିବାବେଳେ ନିରପେକ୍ଷ ଅନୁସନ୍ଧାନ ସମ୍ଭବ ହେବ କି ନାହିଁ ବୋଲି ପଚରାଯିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣ କିମ୍ବା ମୁଁ ଯାହା ଭାବୁଛୁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଘଟଣାର ସତ୍ୟତା କ’ଣ, ଏହା ଗୁରୁତ୍ୱପୂର୍ଣ୍ଣ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/ସ-121.jpg)