କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆଜି

ବେଙ୍ଗାଲୁରୁ: ବୁଧବାର କର୍ଣ୍ଣାଟକ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ। ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ କ୍ୟାବିନେଟର ନୂଆ ମନ୍ତ୍ରୀମାନେ ଆସନ୍ତାକାଲି ଦିନ ୨ଟା ୧୨ ମିନିଟ୍‌ ସମୟରେ ରାଜଭବନ ପରିସରରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। କଂଗ୍ରେସ ଓ ଜେଡିଏସ୍‌ର ମେଣ୍ଟ ସରକାରରେ କ୍ଷମତା ବଣ୍ଟନକୁ ନେଇ ବିବାଦ ତୁଟିବା ପରେ ବୁଧବାର ମନ୍ତ୍ରିମଣ୍ଡଳର ପ୍ରଥମ ସମ୍ପ୍ରସାରଣ ହେବ। ତେବେ ଏହି ପର୍ଯ୍ୟାୟରେ ଅନ୍ୟୁନ ୨୦ ଜଣ ମନ୍ତ୍ରୀ ସାମିଲ ହେବାକୁ ଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ମନ୍ତ୍ରୀଙ୍କୁ ଦାୟିତ୍ୱ ମିଳିବ ବୋଲି ଜଣାପଡ଼ିଛି। ତେବେ, ବିଏସ୍‌ପି ବିଧାୟକ ଏନ.ମହେଶ ତାଙ୍କ ଦଳର ପ୍ରଥମ ସଦସ୍ୟ ହେବେ ଯିଏ ୟୁପି ବ୍ୟତୀତ ଅନ୍ୟ ରାଜ୍ୟର ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର