ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାରଙ୍କ ଜଣେ ବିଧାୟକ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏଥର ନାଚିବା ପାଇଁ ସେ ସୋସିଆଲ ମିଡିଆ ମାଧ୍ୟମରେ ଧରାପଡ଼ିଛନ୍ତି। ବେଲଗଭିରେ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଅଭିନେତାରୁ ରାଜନେତା ପାଲଟିଥିବା ବିଧାୟକ ଅମ୍ବରୀଶ ସେଠାରୁ ଯାଇ ଏକ ଷ୍ଟେଜ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେ ଜଣେ ମହିଳାଙ୍କ ପଛରେ ରହି ନାଚୁଥିବାର ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଛି।
ଅମ୍ବରୀଶଙ୍କ ପାଇଁ ଏହା ନୂଆଁ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ସେ ଏଭଳି ବିବାଦରେ ପଡ଼ିଥିଲେ। ଅମ୍ଭରୀଶ ୨୦୧୫ରେ କଂଗ୍ରେସର ଆଉ ଜଣେ ବିଧାୟକ ଏସଏସ ମଲ୍ଲିକାର୍ଜୁନଙ୍କ ସହିତ ନାଚିଥିଲେ। ସେହି ସମୟରେ ମଧ୍ୟ ବିଧାନସଭା ଅଧିବେଶନ ଚାଲିଥିଲା।
୨୦୧୪ରେ ଗୀତ ‘ହୁମା ହୁମା’ରେ ନାଚିବା ପାଇଁ ବ୍ୟସ୍ତ ଥିବା ବିଧାୟକଙ୍କ ସହିତ ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ହୋଇଥିଲା। ଅମ୍ବରୀଶ ହେଉଛନ୍ତି ମଣ୍ଡ୍ୟା ବିଧାନସଭାର ସଭ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/Karnataka.jpg)