ବେଙ୍ଗାଲୁରୁ: କର୍ଣ୍ଣାଟକରେ ସର୍ବମୋଟ ୬୫,୯୧୧ଟି ଅଙ୍ଗନୱାଡି ଥିବା ବେଳେ ସେ ମଧ୍ୟରୁ ୨୬,୭୦୧ଟି ଅଙ୍ଗନୱାଡିରେ ପିଇବା ପାଣି ନ ଥିବା ଜଣା ପଡ଼ିଛି। ଏହା ସହ ଏବେ ବି ୧୨,୦୧୫ଟି ଅଙ୍ଗନୱାଡି ଶୌଚାଳୟ ବିନା ଚାଲିଛି।  ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଏହି ତଥ୍ୟ ପ୍ରକାଶ କରିବା ପରେ ଖବରଟି ସାମ୍ନାକୁ ଆସିଛି।

Advertisment

ସୂଚନା ମୁତାବକ, ଦେଶରେ ସର୍ବମୋଟ ୧୩.୭ଲକ୍ଷ ଅଙ୍ଗନୱାଡି ଥିବା ବେଳେ ସେଥି ମଧ୍ୟରୁ ୩.୬ଲକ୍ଷ ଅଙ୍ଗନୱାଡିରେ ଶୌଚାଳୟ ନଥିବା ସହ ୧.୫ଲକ୍ଷ ଅଙ୍ଗନୱାଡିରେ ପିଇବା ପାଇଁ ପାଣି ନାହିଁ। ଉତ୍ତରପ୍ରଦେଶରେ ୫୩,୦୮୯ଟି ଅଙ୍ଗନୱାଡି ଶୌଚାଳୟ ବିନା ଚାଲୁଥିବା ବେଳେ ମହାରାଷ୍ଟ୍ରରେ ୫୦,୯୩୪, ବିହାରରେ ୩୮,୧୭୭, ଓଡ଼ିଶ‌ାରେ ୩୪,୦୦୦ ଓ ଆସାମରେ ୩୨,୭୯୭ଟି ଅଙ୍ଗନୱାଡି ଶୌଚାଳୟ ବିନା ଚାଲୁଛି।

Image result for drinking water in anganwadis The Indian Express

ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଅଙ୍ଗନୱାଡିରେ ପଢ଼ୁଥିବା ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଖାଦ୍ୟର ମାନ ଠିକ୍ ରହୁ ନ ଥିବା ନେଇ ଅନେକ ଅଭିଯୋଗ ଆସିଥିବା ବେଳେ ଖାଦ୍ୟରେ ମଲା ମୂଷା ପଡ଼ିଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସି ସାରିଛି।