ବେଙ୍ଗାଲୁରୁ: ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି। କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ ଏକ ରାଲି କରୁଥିବା ବେଳେ ଏହି ଘଟଣା ଘଟିଛି। ତିନି ମାସ ମଧ୍ୟରେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି।
କୁହାଯାଉଛି ଯେ, ରାଲିରେ ପ୍ରଧାନମନ୍ତ୍ରୀଙ୍କ ଆଡକୁ ଜଣେ ବ୍ୟକ୍ତି ଦୌଡି ଆସିଥିଲେ। ହେଲେ ତାଙ୍କୁ ତୁରନ୍ତ ସୁରକ୍ଷାକର୍ମୀମାନେ କାବୁ କରିଥିଲେ। ଏବେ ବ୍ୟକ୍ତିଙ୍କୁ ସୁରକ୍ଷା ଏଜେନ୍ସି ଗିରଫ କରି ପଚରାଉଚରା ଆରମ୍ଭ କରିଛି। ଏହି ବ୍ୟକ୍ତିଙ୍କ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ କରାଯାଉଛି।
ମିଳିଥିବା ସୂଚନା ମୁତାବକ, ଆଜି ପ୍ରଧାନମନ୍ତ୍ରୀ ମୋଦୀ କର୍ଣ୍ଣାଟକ ଗସ୍ତରେ ଅଛନ୍ତି। ସେଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭା କରିଥିଲେ ଏବଂ ପରେ ଏକ ରୋଡ୍ ସୋ’ର ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ପାଇଁ ତିନିରୁ ଚାରି ସ୍ତରର ସୁରକ୍ଷା ବ୍ୟବସ୍ତା ରଖାଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍ ରଖାଯାଇଥିଲା। ଏଠାରେ ଉପସ୍ଥିତ ଥିବା ଲୋକଙ୍କୁ ପୂର୍ବରୁ ବ୍ୟାରିକେଡ୍ ଡେଇଁ ରାସ୍ତାକୁ ନଆସିବାକୁ କୁହାଯାଇଥିଲା। ଏହା ସତ୍ତ୍ବେ ଅଭିଯୁକ୍ତ ଯୁବକ ବ୍ୟାରିକେଡକୁ ଡେଇଁ ପ୍ରଧାନମନ୍ତ୍ରୀଙ୍କ ଆଡକୁ ଦୌଡ଼ିଆସିଥିଲେ। ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ ଓ ହୋମଗାର୍ଡ ତାଙ୍କୁ କାବୁ କରିନେଇଥିଲେ। ଏହା ପରେ ଏସପିଜି ଯୁବକଙ୍କୁ ଗିରଫ କରିଥିଲେ। ଏହା ଏକ ଗୁରୁତର ସୁରକ୍ଷା ତ୍ରୁଟି ବୋଲି କୁହାଯାଉଥିବା ବେଳେ ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/ସ-132.jpg)