ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆଉ ୫ଟି ‘ଓମିକ୍ରନ୍ ଭେରିଏଣ୍ଟ୍’ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା କଥା ଆଜି ସକାଳେ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର କେ. ସୁଧାକର ସୂଚନା ଦେଇଛନ୍ତି।
ନୂଆ ଚିହ୍ନଟ ହୋଇଥିବା ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ ସଂକ୍ରମଣ ମାମଲାରୁ ୨ଟି ଉଦୁପିର ହୋଇଥିବା ବେଳେ ବାକି ୩ଟି ମାଙ୍ଗାଲୁରୁ, ଧରୱାଡ୍ ଏବଂ ଭଦ୍ରାବତୀର ହୋଇଥିବା ଜଣାପଡ଼ିଛି। ଉଦୁପିର ୨ଜଣଙ୍କ ମଧ୍ୟରୁ ଜେଣ ହେଉଛନ୍ତି ୮୨ ବର୍ଷିୟ ପୁରୁଷ ଏବଂ ଆଉ ଜେଣ ୭୩ ବର୍ଷୀୟ ମହିଳା। ସେହିପରି, ମାଙ୍ଗାଲୁରୁ ସଂକ୍ରମିତ ଜଣକ ହେଉଛନ୍ତି ୧୯ ବର୍ଷୀୟ ତରୁଣୀ, ଧରାୱଡ୍ବାସୀ ଜଣକ ୫୪ ବର୍ଷିୟ ପୁରୁଷ ଏବଂ ଭଦ୍ରାବତୀବାସିନୀ ହେଉଛନ୍ତି ୨୦ ବର୍ଷୀୟ ଯୁବତୀ।
/sambad/media/post_attachments/wp-content/uploads/2021/12/omi-2.jpg)
ଏହାକୁ ମିଶାଇ କର୍ଣ୍ଣାଟକ ରାଜ୍ୟରେ ଏଯାବତ୍ ସମୁଦାୟ ୧୯ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହେଲେଣି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା।
/sambad/media/post_attachments/wp-content/uploads/2021/12/Omicron-7.jpg)
କର୍ଣ୍ଣାଟକ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ କମିସନ୍ରେଟ୍ କହିବା ଅନୁସାରେ, ସଂକ୍ରମିତ ସମସ୍ତ ବ୍ୟକ୍ତି କୋଭିଡ୍-୧୯ ନିରୋଧୀ ଟିକାର ସମ୍ପୂର୍ଣ୍ଣ ଡୋଜ୍ ନେଇଥିଲେ।
ସୂଚନାଯୋଗ୍ୟ, ଭାରତରେ ପ୍ରଥମେ ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ ଚିହ୍ନଟ କରିବାରେ ପ୍ରଥମ ରାଜ୍ୟ ହେଉଛି କର୍ଣ୍ଣାଟକ।