ହିଜାବ୍ ବିବାଦ : ୩ ଦିନ ପାଇଁ କର୍ଣ୍ଣାଟକର ସବୁ ହାଇସ୍କୁଲ, କଲେଜ ବନ୍ଦ ରହିବ  

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଚାଲିଥିବା ହିଜାବ୍ ବିବାଦ ଧୀରେ ଧୀରେ ସାଂପ୍ରଦାୟିକ ଉତ୍ତେଜନାରେ ପରିଣତ ହେବାରେ ଲାଗିଛି । ଗୋଟିଏ ପଟେ ମୁସଲମାନ ଛାତ୍ରୀମାନେ କଲେଜକୁ ହିଜାବ ପିନ୍ଧି ଯିବାକୁ ଦାବି କରୁଥିବା ବେଳେ ହିନ୍ଦୁ ଛାତ୍ରଛାତ୍ରୀମାନେ ଗେରୁଆ ସ୍କାର୍ପ ପକାଇ ଯାଉଛନ୍ତି । ଏହି ବିବାଦକୁ ନେଇ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଥିବାରୁ ରାଜ୍ୟ ସରକାର ଆସନ୍ତା ୩ ଦିନ ପାଇଁ ରାଜ୍ୟର ସବୁ ହାଇସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏକ ଟୁଇଟ କରି ଶାନ୍ତି ବଜାୟ ରଖିବାକୁ ଛାତ୍ରଛାତ୍ରୀ ଓ ଲୋକମାନଙ୍କୁ ନିବେଦନ କରିଛନ୍ତି । ଏହା ସହିତ ଆସନ୍ତା ୩ଦିନ ପର୍ଯ୍ୟନ୍ତ ସବୁ ହାଇସ୍କୁଲ ଓ କଲେଜକୁ ଛୁଟି ରହିବ ଓ ସମସ୍ତେ ସହଯୋଗ କରିବାକୁ ନିବେଦନ କରିଛନ୍ତି ।

ଏହି ବିବାଦ ଏବେ କର୍ଣ୍ଣାଟକ ହାଇକୋର୍ଟରେ ପହଞ୍ଚିଥିବାବେଳେ ଆସନ୍ତାକାଲି ମଧ୍ୟ ଶୁଣାଣି ଜାରି ରହିବ । ଆଜିର ଶୁଣାଣି ବେଳେ କୋର୍ଟ କହିଥିଲେ ଯେ ସମ୍ବିଧାନରେ ଥିବା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମାମଲାର ବିଚାର କରାଯିବ । ତେବେ ଏହି ମାମଲାକୁ ନେଇ ରାଜ୍ୟରେ ଚାଲିଥିବା ଗଣ୍ଡଗୋଳ, ପଥରମାଡ଼, ହିଂସାକାଣ୍ଡକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ହିଜାବ ପିନ୍ଧାକୁ ନେଇ ଆଜି ଉଡୁପିର ମହାତ୍ମାଗାନ୍ଧି କଲେଜ ବାହାରେ ଦୁଇ ସଂପ୍ରଦାୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ।

ସମ୍ବନ୍ଧିତ ଖବର