କର୍ଣ୍ଣାଟକ ଚିନି କାରଖାନାରେ ବିସ୍ଫୋରଣ ୬ ମୃତ, ୫ ଗୁରୁତର

ବେଙ୍ଗାଲୁରୁ: କର୍ଣ୍ଣାଟକର ବଗଲକୋଟସ୍ଥିତ ଏକ ଚିନି କାରଖାନାର ବଏଲର୍‌ରେ ବିସ୍ଫୋରଣ ଯୋଗୁ ବଡ଼ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ଯୁଦ୍ଧକାଳୀନ ଭିତ୍ତିରେ ଅନ୍ୟ କାର୍ଯ୍ୟରତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ନିକଟସ୍ଥ ଏକ ୩ ମହଲା କୋଠା ଭୁଶୁଡ଼ି ପଡ଼ିଛି ଏବଂ ଏଥିରେ ୧୨ ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର