ନିଜସ୍ୱ ରାଜ୍ୟ ପତାକା ପାଇଁ କର୍ଣ୍ଣାଟକର ଉଦ୍ୟମ, ବିଭିନ୍ନ ମହଲରୁ ବିରୋଧ

ବାଙ୍ଗାଲୋର : ଏଣିକି କର୍ଣ୍ଣାଟକର ନିଜସ୍ୱ ରାଜ୍ୟ ପତାକା ରହିବ । କର୍ଣ୍ଣାଟକର ସିଦ୍ଧରାମାୟା ସରକାର ଖୁବଶୀଘ୍ର ରାଜ୍ୟର ନିଜସ୍ୱ ପତାକା ସଂପର୍କିତ ପ୍ରସ୍ତାବକୁ ମଂଜୁରୀ ଦେବାର ସମ୍ଭାବନା ରହିଛି । ହଳଦିଆ, ଲାଲ୍‌ ଓ ଧଳା ରଂଙ୍ଗ ଥିବା ଏହି ପତାକାର କେନ୍ଦ୍ରରେ କର୍ଣ୍ଣାଟକ ସରକାରଙ୍କ ନିଜସ୍ୱ ସଂକେତ ରହିଛି । ଏହାକୁ ଆଜି ମୁଖ୍ୟମନ୍ତ୍ରୀ ସିଦ୍ଧରାମୈୟା ଉନ୍ମୋଚନ କରିଛନ୍ତି । ଏହି ପତାକାର ରୂପରେଖ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାର ଗତ ବର୍ଷ ଏକ ୯ ଜଣିଆ କମିଟି ଗଠନ କରିଥିଲେ । ଏହି କମିଟି ଗତ ମାସରେ ନିଜର ସୁପାରିଶ ସରକାରଙ୍କୁ ଦେଇଥିଲା । ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବଟି ପାଶ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରାଳୟକୁ ଏକ ପତ୍ର ଲେଖି ୨୦୦୨ର ଫ୍ଲାଗ କୋର୍ଡରେ ସଂଶୋଧନ ଲାଗି କୁହାଯିବ ।

ତେବେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ କର୍ଣ୍ଣାଟକ ସରକାର ଏକ ନୂଆ ଖେଳ ଖେଳିଛନ୍ତି ବୋଲି କେତେକ ବ୍ୟକ୍ତି ଟ୍ଵିଟରରେ ଲେଖିଛନ୍ତି । କନ୍ନଡ ଜାତୀୟତାକୁ ପ୍ରେତ୍ସାହନ ଦେବାକୁ ରାଜ୍ୟ ସରକାର ନିଜସ୍ୱ ଏକ ରାଜ୍ୟପତାକା ବାହାର କରୁଥିବାବେଳେ ତା ଦେଖାଦେଖି ଅନ୍ୟ ରାଜ୍ୟମାନେ ମଧ୍ୟ ନିଜସ୍ୱ ପତାକା ବାହାର କରିବେ । ଏହା ଦ୍ୱାରା ଦେଶର ଏକତା ଓ ସଂହତି ପ୍ରତି ବିପଦ ସୃଷ୍ଟି ହେବ । ଭାରତର ସମ୍ବିଧାନ ଅନୁସାରେ ସାରା ଦେଶ ପାଇଁ କେବଳ ଗୋଟିଏ ପତାକା ରଖିବାର ବ୍ୟବସ୍ଥା ଥିବାବେଳେ ରାଜ୍ୟମାନଙ୍କ ପାଇଁ ନିଜସ୍ୱ ପକାତା ରଖିବାର କୌଣସି ବ୍ୟବସ୍ଥା ନାହିଁ । ଭାରତରେ କେବଳ ଜାମ୍ମୁ ଓ କାଶ୍ମୀରର ନିଜସ୍ୱ ପତାକା ରହିଛି । ସମ୍ବିଧାନ ଅନୁସାରେ ଏହି ରାଜ୍ୟ ସ୍ୱତନ୍ତ୍ର କ୍ଷମତା ଉପଭୋଗ କରୁଥବାବେଳେ ଏହାର ନିଜସ୍ୱ ପତାକା ରଖିପାରିବାର ସ୍ୱାଧିନତା ରହିଛି ।

ସମ୍ବନ୍ଧିତ ଖବର