କର୍ଣ୍ଣାଟକରେ ଜାରି ହେବ ସ୍ୱଳ୍ପକାଳୀନ ରାଷ୍ଟ୍ରପତି ଶାସନ!

ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀ ପଦବୀରୁ ଏଚ୍‌ଡି କୁମାରସ୍ୱାମୀ ବିଦାୟ ନେବା ପରେ ପରବର୍ତ୍ତୀ କର୍ଣ୍ଣାଟକ ସରକାର ଗଢ଼ିବା ବିଷୟରେ ଭାରତୀୟ ଜନତା ପାର୍ଟିର ନେତୃତ୍ୱ ଦ୍ୱିଧାରେ ପଡ଼ିଯାଇଥିବାରୁ ସେଠାକାର ବିଧାୟକମାନଙ୍କ ସଂଖ୍ୟା ସଂକ୍ରାନ୍ତରେ ଅଧିକ ସ୍ପଷ୍ଟତା ଆସିବା ଯାଏଁ ସ୍ୱଳ୍ପକାଳୀନ ରାଷ୍ଟ୍ରପତି ଶାସନ ଜାରି କରିବା କଥା ବିଚାର କରୁଛି।

ଦଳର ଶୀର୍ଷସ୍ତରୀୟ ନେତୃବର୍ଗଙ୍କ ଠାରୁ ସବୁଜ ସଙ୍କେତ ପାଉ ନ ଥିବାରୁ ବିଏସ୍‌ ୟେଦ୍ଦୁରପ୍ପା ସରକାର ଗଢ଼ିବାକୁ ଦ୍ୱିଧା ବୋଧ କରୁଛନ୍ତି।

ଗତକାଲି ସେ ସାମ୍ବାଦିକମାନଙ୍କୁ କହିଥିଲେ, ମୁଁ ଦିଲ୍ଲୀରୁ ନିର୍ଦେଶକୁ ଅପେକ୍ଷା କରିଛି। ରାଜ ଭବନ ଯିବା ଲାଗି ମୁଁ ଯେକୌଣସି ସମୟରେ ବିଧାୟକଦଳର ବୈଠକ ଡକାଇପାରେ।

Image Source: Hindustan Times

ଏକଥା ଗତ ସପ୍ତାହରେ ବିଦାୟୀ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କୁ ଆସ୍ଥାଭୋଟ୍‌ର ସମ୍ମୁଖୀନ କରାଇଥିବା ୟେଦ୍ୟୁରପ୍ପାଙ୍କ ଅଧୈର୍ଯ୍ୟପଣିଆର ବିରୋଧାଭାସ କରୁଛି।

କ୍ଷମତା ପାଇଁ ଯେ ବିଜେପି ଲୋଭାନ୍ଵିତ ନୁହେଁ- ଏ କଥା ଦର୍ଶାଇବାକୁ ମଧ୍ୟ ବିଜେପି ସଚେତନ ରହିଛି। ସୁପ୍ରିମ୍‌ କୋର୍ଟରେ ପଡ଼ିଥିବା ମାମଲା ଏବଂ ବାଚସ୍ପତି କେଆର୍‌ ରମେଶ କୁମାରଙ୍କୁ ବିଧାୟକମାନେ ଦେଇଥିବା ଇସ୍ତଫା ପତ୍ରର ଫଳାଫଳ ପ୍ରକାଶ ପାଇବା ପର୍ଯ୍ୟନ୍ତ ଦଳ ଅପେକ୍ଷା କରିବ ବୋଲି ଜଣେ ବିଜେପି ନେତା କହିଛନ୍ତି।

ସମ୍ବନ୍ଧିତ ଖବର