କର୍ଣ୍ଣାଟକ ବିଧାନସଭାରେ ଆସ୍ଥାଭୋଟ ଆରମ୍ଭ, ସରକାର ସଂକଟରେ

ବାଙ୍ଗାଲୁରୁ : କର୍ଣ୍ଣାଟକ ରାଜନୀତିରେ ଗତ ପ୍ରାୟ ଏକ ମାସଧରି ଚାଲିଥିବା ରାଜନୈତିକ ନାଟକ ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବହୁ ବାଦବିବାଦ ପରେ ଶେଷରେ ଆସ୍ଥା ଭୋଟ ଆରମ୍ଭ ହୋଇଛି । ମେଣ୍ଟ ସରକାରର ପ୍ରାୟ ୧୬ ଜଣ ବିଧାୟକ ଇସ୍ତଫା ଦେବା ପରେ ସରକାର ଭାଙ୍ଗିବା ଅବଶ୍ୟମ୍ଭାବୀ ହୋଇପଡିଛି । ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଆସ୍ଥାଭୋଟ ପୂର୍ବରୁ ଇସ୍ତଫା ଦେବା ଆଶା କରାଯାଉଥିବାବେଳେ ଶେଷରେ ସେ ଆସ୍ଥା ଭୋଟର ସମ୍ମୁଖୀନ ହୋଇଛନ୍ତି ।

ଏହା ପୂର୍ବରୁ ବାଚସ୍ପତି କେ.ରମେଶ କୁମାର ସଂଧ୍ୟା ୬ଟା ସୁଦ୍ଧା ଆସ୍ଥାଭୋଟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ ବାଙ୍ଗାଲୁରୁରେ ଆସନ୍ତା ୨ ଦିନ ପାଇଁ ୧୪୪ ଧାରା ଲଗାଇଦିଆଯାଇଛି । ରାଜନୈତିକ ହିଂସା ଆଶଙ୍କାରେ ପୁଲିସ ଏହି ପଦକ୍ଷେପ ନେଇଛି । ଆଜି ଶତାଧିକ କଂଗ୍ରେସ ସମର୍ଥକ ବିଜେପି ବିଧାୟକ ଆର.ଅଶୋକଙ୍କ ଆପାର୍ଟମେଣ୍ଟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସମ୍ବନ୍ଧିତ ଖବର